ମୋମୋ ଚାଲେଞ୍ଜ ରୁ ଇଂଜିନିୟରିଂ ଛାତ୍ରର ଆତ୍ମହତ୍ୟା, ପଢନ୍ତୁ କେମିତି ଓ କିପରି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ଲୁ ହ୍ୱେଲ ଗେମ ପରେ ଏବେ ମୋମୋ ଚାଲେଞ୍ଜ କବଳରେ ଯୁବପିଢି । ବ୍ଲୁ ହ୍ୱେଲ ଗେମ ଅନେକଙ୍କ ଜୀବନ ନେବାପରେ ଏହାକୁ ସମ୍ପୁର୍ଣରୂପେ ବ୍ୟାନ କରାଯାଇଥିଲା ।ମୋମୋ ଚ୍ୟାଲେଞ୍ଜ ନେଉଛି ଯୁବପୀଢ଼ିଙ୍କ ଜୀବନ ଏପରି ଶୁଣିବାକୁ ମିଳୁଥିଲେ ମଧ୍ୟ ଓଡ଼ିଶା ରେ ଏପରି କିଛି ଦେଖିବାକୁ ମିଳିନଥିଲା । ମାତ୍ର ଏବେ ଏକ ସାଂଘାତିକ ଅଭିଯୋଗ ରାଉରକେଲାରୁ ସାମ୍ନାକୁ ଆସୁଛି । ମୋମୋ ଖେଳି ରାଉରକେଲା ସହରର ରେଲୱେ କଲୋନୀ ଅଞ୍ଚଳରେ ଜଣେ ଛାତ୍ର ଚେତନ କୁମାରଙ୍କ ଜୀବନ ଯାଇଛି । ଚେତନ ନିଜ ମୋବାଇଲରେ ମୋମୋ ଖେଳକୁ ଡାଉନଲୋଡ କରି ଖେଳିବା ଆରମ୍ଭ କରିଥିଲେ । ମୋମୋ ଚାଲେଞ୍ଜରେ ସେ ଭୁବନେଶ୍ୱରରୁ ଚେନ୍ନାଇ ଯାଇ ୬ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।
ସୂଚନ ଅନୁଯାୟୀ, ରାଉରକେଲାର ଚେତନ ରାଜଧାନୀର ଏକ ଘରୋଇ ଇଞ୍ଜିନିୟର କଲେଜରେ ପଢୁଥିଲେ । ୨୦ ତାରିଖ ସନ୍ଧ୍ୟାରେ ଚେତନ ଭୁବନେଶ୍ୱରରୁ ଟ୍ରେନରେ ଚେନ୍ନାଇ ଯାଇଥିଲେ । ମାତ୍ର ଏ ସମ୍ୱନ୍ଧରେ ତାଙ୍କ ଘରଲୋକଙ୍କ ପାଖରେ କୌଣସି ଖବର ନଥିଲା । କିମ୍ବା କଲେଜ ତରଫରୁ ଘରକୁ କୌଣସି ସୂଚନା ଦିଆଯାଇନଥିଲା । ଗତ ୨୨ ତାରିଖରେ ଚେତନଙ୍କ ରାଉରକେଲା ଘରକୁ ଚେନ୍ନାଇ ପୋଲିସର ଫୋନ ଆସିଥିଲା । ଏହା ପରେ ଚେତନଙ୍କ ବାପା ଓ ଭାଇ ଚେନ୍ନାଇ ଯାଇଥିଲେ । ଚେନ୍ନାଇ ପୋଲିସର କହିବା ଅନୁସାରେ, ମୋମୋ ଚ୍ୟାଲେଞ୍ଜ ଖେଳି ଚେତନଙ୍କ ଜୀବନ ଯାଇଛି । ଚେନ୍ନାଇ ସେଂଟ୍ରାଲ ଷ୍ଟେସନ ପାଖରେ ସାତ ମହଲା ବିଶିଷ୍ଟ ରାଜୀବ ଗାନ୍ଧି ମୋମୋରିଆଲ ହସ୍ପିଟାଲ ରହିଛି । ଚେତନଙ୍କ ଟାର୍ଗେଟ ଥିଲା ଏହି କୋଠାରୁ ଡେଇଁ ଆତ୍ମହତ୍ୟା କରିବା । ଏଥିପାଇଁ ଚେତନ ଚେନ୍ନାଇ ସେଂଟ୍ରାଲରେ ଗୋଟିଏ ରାତି ବି ବିତାଇଥିବା ପୋଲିସ ସ୍ପଷ୍ଟ କରିଛି । ଗୁରୁତର ଅବସ୍ଥାରେ ଚେତନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ଚେତନର ମୃତ୍ୟୁ ହୋଇଥିଲା । ଚେତନର ମୋବାଇଲକୁ ଲ୍ୟାପଟପ ସହ ସଂଯୋଗ କରିବା ପରେ ଚେନ୍ନାଇ ପୋଲିସ ସମସ୍ତ ତଥ୍ୟ ପାଇଥିବା ଦାବି କରିଛି ।