ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଓ ସମ୍ମିଳନୀ କକ୍ଷର ଉଦଘାଟନ କଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା କମିଟି ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ନବରଙ୍ଗପୁର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେବା ସହ ମେଡିକାଲ ମାର୍କେଟ କମ୍ପ୍ଲେକ୍ସ ଓ ମିଶନ ଶକ୍ତିର ନୂତନ ବହୁମୁଖୀ ସମ୍ମିଳନୀ କକ୍ଷକୁ ଉଦଘାଟନ କରିଛନ୍ତି। ସମୀକ୍ଷା ବୈଠକରେ ଜିଲ୍ଲାରେ ହେଉଥିବା ମନରେଗା, ପାନୀୟ ଜଳ, ଖରିଫ ଧାନ ମଣ୍ଡି, ସ୍ଵାସ୍ଥ୍ୟ ସମ୍ପର୍କିତ ଆଦି ବିଷୟ ଉପରେ ସମୀକ୍ଷା କରିଥିଲେ।
ଉକ୍ତ ବୈଠକରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଭଗବତୀ ଭତ୍ରା, ଉପାଧ୍ୟକ୍ଷା ନିବେଦିତା ମହାନ୍ତି, ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ର, ଜିଲ୍ଲା ବନଖଣ୍ଡ ଅଧିକାରୀ ମଗର ଧନସୀ ରାଓସ, ପିଡି ରମାକାନ୍ତ ନାୟକ, ଉପ ଜିଲ୍ଲାପାଳ ଭାସ୍କର ରଇତ, ସିଏସଓ ସଞ୍ଜୀବ ସାହୁ, ସିଡିଏମଓ ଚୌଧୁରୀ ଶୋଭାରାଣୀ ମିଶ୍ର, ସାଉଥକୋ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ସାହୁ, ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଗଙ୍ଗାଧର ତ୍ରିପାଠୀ, ଖୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ସୁରେଶ ପ୍ରଧାନଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Leave a comment