ମକର ରାଶିରେ ସୂର୍ଯ୍ୟ ଓ ଶନିଙ୍କର ଯୁତି, ଜାଣନ୍ତୁ କେଉଁ ରାଶି ଉପରେ କଣ ପ୍ରଭାବ ପଡିବ
ସମସ୍ତ ଗ୍ରହରେ ସବୁଠାରୁ ଅଧିକ ପ୍ରଧାନ ଗ୍ରହ ବିବେଚନା କରାଯାଉଥିବା ସୂର୍ଯ୍ୟ ବର୍ତ୍ତମାନ ମକର ରାଶିରେ ଅଛନ୍ତି। ଯେଉଁଠାରେ ଶନି ବିରାଜମାନ ଅଛନ୍ତି। ୧୨ ଫେବୃୟାରୀ ପର୍ଯ୍ୟନ୍ତ ସୂର୍ଯ୍ୟ ଏବଂ ଶନିଙ୍କ ଏହି ଯୋଗ ମକର ରାଶିରେ ରହିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦୁଇଟି ଗ୍ରହ ବିବା-ଦୀୟ ଗ୍ରହ ଅଟନ୍ତି। ପ୍ରଭୁ ଶନିଦେବ ହେଉଛନ୍ତି ଭଗବାନ ସୂର୍ଯ୍ୟଦେବଙ୍କ ପୁଅ ଏବଂ ସେ ସବୁବେଳେ ତାଙ୍କ ପିତାଙ୍କୁ ବି-ରୋଧ କରନ୍ତି। ସୂର୍ଯ୍ୟ ଏବଂ ଶନି ବ୍ୟତୀତ ବୃହସ୍ପତି ଯାହା ସମସ୍ତ ଗ୍ରହରେ ସବୁଠାରୁ ଶୁଭ ଫଳାଫଳ ଦେଇଥାଏ ମକର ରାଶିରେ ମଧ୍ୟ ଅଛନ୍ତି। ମକର ରାଶିରେ ସୂର୍ଯ୍ୟ, ଶନି ଏବଂ ଦେବଗୁରୁ ବୃହସ୍ପତି ଏକାଠି ହେବା ହେତୁ ଏହା ସମସ୍ତ ରାଶିର ଜାତକଙ୍କ ଉପରେ ପ୍ରଭାବ ପକାଇବ। ମକର ରାଶିରେ ସୂର୍ଯ୍ୟ ଏବଂ ଶନି ସହିତ ଏହା ସାଧାରଣ ଲୋକଙ୍କ ଠାରୁ ଶାସନ, ପ୍ରଶାସନ ଏବଂ ରାଜନୀତିରେ ବ୍ୟାପକ ପ୍ରଭାବ ଦେଖିବାକୁ ମିଳିବ।
ଏହି ରାଶିଙ୍କ ଉପରେ ଶୁଭ ପ୍ରଭାବ- ଶନି ଏବଂ ସୂର୍ଯ୍ୟଙ୍କର ଯୋଗରୁ ୧୨ ଫେବୃୟାରୀ ପର୍ଯ୍ୟନ୍ତ ବୃଷ, କର୍କଟ, ସିଂହ ଏବଂ ବିଛା ରାଶିର ଜାତକଙ୍କ ଉପରେ ଏହାର ପ୍ରଭାବ ଭଲ ଦେଖିବାକୁ ମିଳିବ। ଚାକିରି,ବ୍ୟବସାୟ, ପାରିବାରିକ ଜୀବନ ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହି ରାଶିର ଲୋକଙ୍କ ପାଇଁ ଭଲ ରହିବ। ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ। ହାତରେ ଅନେକ ଭଲ ସୁଯୋଗ ଆସିବ ଯେଉଁଥି ପାଇଁ ଆପଣଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ସୁଦୃଢ ହେବ। ଜମି ସମ୍ପତ୍ତି ସମସ୍ୟାର ସମାଧାନ ହେତୁ ଲାଭ ପାଇବା ପାଇଁ ଭଲ ସଙ୍କେତ ଅଛି।
କେଉଁ ରାଶିଙ୍କ ଉପରେ ପଡ଼ିବ ପ୍ରତିକୂଳ ପ୍ରଭାବ- ସେମିତି ଯେଉଁ ରାଶିମାନଙ୍କ ଉପରେ ଶନି ଏବଂ ସୂର୍ଯ୍ୟଙ୍କର ମକର ରାଶିରେ ଚଳନ ଅସୁବିଧାକୁ ବଢାଇବ। ସେହି ରାଶି ଗୁଡ଼ିକ ହେଉଛି ମିଥୁନ, ତୁଳା, ମକର ଏବଂ କୁମ୍ଭ ରାଶି। ସ୍ବାସ୍ଥ୍ୟ ସମ୍ବୋଦ୍ଧିତ ସମସ୍ୟା ପୂର୍ବ ଅପେକ୍ଷା ଆପଣଙ୍କର ଅଧିକ ହୋଇପାରେ। ଖର୍ଚ୍ଚ ଅଧିକ ହେବ ଯେଉଁଥି ପାଇଁ ଆପଣଙ୍କର ଅସୁବିଧା ବଢିବ। ଝଗଡା ଝାଟି କରିବାର ଅଧିକ ସମ୍ଭାବନା ରହିଛି। ଅନାବଶ୍ୟକ ଭାବରେ ଆପଣଙ୍କର କାହା ସହିତ ବିବାଦ ହୋଇପାରେ।
ମିଶ୍ରିତ ପ୍ରଭାବ- ମେଷ, କନ୍ୟା, ଧନୁ ଏବଂ ମୀନ ରାଶିର ଜାତକଙ୍କ ଉପରେ ଏହି ଚଳନ ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିବ। ଚାକିରି ଏବଂ ବ୍ୟବସାୟରେ ଛୋଟ ମୋଟ ସମସ୍ୟା ଦେଖାଦେବ। ପରିବାରରେ ଶାନ୍ତି ଏବଂ ସୁଖର ପରିବେଶ ରହିବ। ଧର୍ମ କର୍ମ ପ୍ରତି ଆପଣଙ୍କର ଆଗ୍ରହ ବଢିବ। ପିତାଙ୍କ ସ୍ୱାସ୍ଥ୍ୟକୁ ନେଇ କିଛି ବାଧା ଆସିପାରେ।