ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନର ନୀରବତା ପରେ ପୁଣି ଅଶାନ୍ତ ହୋଇପଡିଛି ଗଞ୍ଜାମ। ବୁଧବାର ସକାଳୁ ସ୍ଥାନୀୟ ଏକ ଛକରେ ଚା’ ପିଉଥିବା ବେଳେ ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଦୁର୍ବୃତମାନେ ଗୁଳିକରି ହତ୍ୟା କରିଛନ୍ତି।
ସୂଚନା ଅନୁସାରେ, ସବୁଦିନ ପରି ବୁଧବାର ସକାଳେ ଦେବରାଜ ସୁମଣ୍ଡଳ ଛକକୁ ଚା’ ପିଇବାକୁ ଯାଇଥିଲେ। ସେଠାରେ ସହଯୋଗୀମାନଙ୍କ ସହ ସେ ଚା’ ପିଉଥିବା ବେଳେ ହଠାତ୍ ୩ ଦୁର୍ବୃତ ଏକ ବାଇକ୍ରେ ଆସି ସେଠାରେ ପହଁଚିଥିଲେ । କେହି କିଛି ବୁଝିବା ଆଗରୁ ସେମାନେ ଦେବରାଜଙ୍କ ଉପରକୁ ଅତର୍କିତ ଗୁଳି ମାଡ କରିଥିଲେ । ଫଳରେ ଦେବରାଜ ଘଟଣାସ୍ଥଳରେ ହିଁ ଟଳିପଡିଥିଲେ । ଗୁଳିମାଡ ପରେ ଦୁର୍ବୃତମାନେ ସେଠାରୁ ଫେରାର ହୋଇଯାଇଥିଲେ । ଖବରପାଇ ପୁଲିସ ପହଁଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ଏଭଳି ହତ୍ୟାକାଣ୍ଡ ଘଟାଇଲା, ତାହା ଏବେ ବି ଅସ୍ପଷ୍ଟ ରହିଛି । ରାଜନୈତିକ ନା ବ୍ୟବସାୟିକ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଛି, ତାହାକୁ ନେଇ ପୁଲିସ ତନାଘନା ଆରମ୍ଭ କରିଛି ।