ଆଇଆଇଏମ ପ୍ରତିଷ୍ଠାରେ ସଞ୍ଜୟ ଦାସବର୍ମାଙ୍କ ଅବଦାନ ଅତୁଳନୀୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା ପଛରେ ତତ୍କାଳୀନ ବୈଷୟିକ ଶିକ୍ଷା ଓ ନିଯୁକ୍ତି ବିକାଶ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ଅବଦାନ ଅତୁଳନୀୟ। ତାଙ୍କ ମନ୍ତ୍ରୀତ୍ୱ ସମୟରେ ସେ ସମ୍ବଲପୁର ଆଇଆଇଏମ ଉପଯୁକ୍ତ ସ୍ଥାନ ବୋଲି ଵିଵେଚିତ ହୋଇଥିଲା। ଆଇଆଇଏମର ନୂତନ କ୍ୟାମ୍ପସର ଶିଳାନ୍ୟାସ ପରେ ସେ ଟୁଇଟ କରି ତାଙ୍କ ମତ ରଖିଛନ୍ତି।
୨୦୧୫ ଜୁନ ମାସରେ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ, ବୈଷୟିକ ଶିକ୍ଷା ଓ ନିଯୁକ୍ତି ବିକାଶ ମନ୍ତ୍ରୀ ଥିବାବେଳେ ସେ ଆଇଆଇଏମ ପ୍ରତିଷ୍ଠା ପାଇଁ ସମ୍ବଲପୁର ଉପଯୁକ୍ତ ସ୍ଥାନ ବୋଲି ଦୈନିକ ଇଂରାଜୀ ଖବରକାଗଜ ଟେଲିଗ୍ରାଫକୁ ସାକ୍ଷାତକାର ମାଧ୍ୟମରେ ମତ ରଖିଥିଲେ। ଯେତେବେଳେ କେଉଁଠି ଆଇଆଇଏମ ପ୍ରତିଷ୍ଠା ହେବ ଭିନ୍ନଭିନ୍ନ ମତ ଆସୁଥିଲା ସେତେବେଳେ ସମ୍ବଲପୁରରେ ପ୍ରତିଷ୍ଠା ପାଇଁ ମନ୍ତ୍ୟବ ଦେଇ ସେ ବହୁ ଆଲୋଚନା ଓ ସମାଲୋଚନା ହୋଇଥିଲେ। ପରବର୍ତ୍ତୀ ସମୟରେ ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା ହେଲା । ବିଭାଗୀୟ ମନ୍ତ୍ରୀ ଭାବେ ପ୍ରଥମ ବର୍ଷ ନାମଲେଖା ପରେ ସେ ପାଠ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ସମୟରେ ତତ୍କାଳୀନ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ, ମାନ୍ୟବର ବିଧାୟକ ରୋହିତ ପୂଜାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଶନିବାର ପ୍ରଧାନମନ୍ତ୍ରୀ ନାରେନ୍ଦ୍ର ମୋଦି ଆଇଆଇଏମ ନୂତନ କ୍ୟାମ୍ପସର ଶିଳାନ୍ୟାସ କରିଥିଲେ। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଗତ ୫ ବର୍ଷ ତଳେ ତତ୍କାଳୀନ ଅର୍ଥମନ୍ତ୍ରୀ ସ୍ୱର୍ଗୀୟ ଅରୁଣ ଜେଟଲୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁମୋଦନ କ୍ରମେ ବଜେଟରେ ଓଡ଼ିଶାରେ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାର ଘୋଷଣା କରିଥିଲେ। ସମ୍ବଲପୁରବାସୀ ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ରଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଫଳରେ ଆଜି ଏହା ସମ୍ଭବ ହୋଇପାରିଛି । କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ବକ୍ତବ୍ୟର ପ୍ରତିକ୍ରିୟା କରି ଶ୍ରୀ ଦାସବର୍ମା ଏଭଳି ଟୁଇଟ କରିଥିବା କୁହାଯାଉଛି।

Leave a comment