ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବବୁଲ ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିରାକାରପୁର ଥାନା ଅଧୀନ ରାମେଶ୍ୱରଠାରେ ଗୁରୁବାର ରାତିରେ ଟାଙ୍ଗୀ ଓ ନିରାକାରପୁର ଥାନା ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଫିରୋଜ ଶାହ ଓରଫ ବବୁଲ(୨୫) ଆହତ ହୋଇଛି । ବବୁଲ ର ବାମ ଗୋଡ ଓ ଡାହଣ ଗୋଡ଼ ଆଣ୍ଠୁରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତା ନିକଟରୁ ୨ ବୋମା, ଗୋଟିଏ ଚୋରା ବାଇକ ଜବତ କରାଯାଇଛି । ଏନକାଉଣ୍ଟର ବେଳେ ୩ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ବବୁଲ ତା ୨ ସହଯୋଗୀଙ୍କ ସହ ରାମେଶ୍ୱରସ୍ଥିତ ଏକ ମଦବାର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମାଗଣାରେ ମଦ ମାଗିଥିଲା । କର୍ମଚାରୀ ମଦ ଦେଉଛି କହି ଏ ନେଇ ବାର ମାଲିକଙ୍କୁ ଫୋନ୍‌ କରିଥିଲା । ମାଲିକ ପୋଲିସକୁ ଅବଗତ କରାଇବା ପରେ ପୋଲିସ ବବୁଲଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲା । ଏହି ସମୟରେ ବବୁଲଙ୍କ ଜଣେ ସହଯୋଗୀ ପୋଲିସ ଉପରକୁ ଗୁଳି ଚାଳନା କରିଥିବାବେଳେ ବବୁଲ ବୋମା ପକାଇଥିଲା । ଏହାର ପାଲଟା ଜବାବରେ ପୋଲିସ ଗୁଳି ଚଳାଇଥିଲା । ବବୁଲର ୨ ସହଯୋଗୀ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିବା ବେଳେ ବବୁଲ ତଳେ ପଡ଼ିିଯାଇଥିଲା । ପୋଲିସ ଏହି ସମୟରେ ଏନ୍‌କାଉଣ୍ଟର କରି ବବୁଲଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ।

Leave a comment