ପରୀ ହତ୍ୟା ଘଟଣାର ଗୁମର ଖୋଲିଲେ ଏସଆଇଟି ମୁଖ୍ୟ : ମୃତଦେହ ସହ ଦୁଷ୍କର୍ମ କରିଥିଲା ସରୋଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପରୀ ହତ୍ୟା ଘଟଣାର ଗୁମର ଖୋଲିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । କେମିତି ଓ କେଉଁ ପରିସ୍ଥିତିରେ ହତ୍ୟା ପରେ ଦୁଷ୍କର୍ମ କରିଥିଲା ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅରୁଣ ବୋଥ୍ରା। ହତ୍ୟା କରିଥିବା ସରୋଜ ସେଠୀ ସ୍ୱୀକାର କରିଛି।
ଏପରିକି ମୃତଦେହ ସହ ଦୁଷ୍କର୍ମ ଉଦ୍ୟମ କରିଥିବା କଥା ଜେରା ବେଳେ ଅଭିଯୁକ୍ତ ମାନିଥିବା ନେଇ ସୂଚନା ଦେଇଛନ୍ତି ଅରୁଣ ବୋଥ୍ରା। ମୋବାଇଲରେ ଅଶ୍ଳୀଳ ଫିଲ୍ମ ଦେଖି ଏପରି କାଣ୍ଡ କରିଥିଲା ସରୋଜ। ଧରାପଡ଼ିଯିବ ଭୟରେ ପରୀକୁ ଅଖା ଭିତରେ ବାନ୍ଧି ଫିଙ୍ଗି ଦେଇଥିବା କଥା ପୋଲିସ ଆଗରେ ମାନିଛି ସରୋଜ ସେଠୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମେ ସରୋଜ ସେଠୀ ପଲିଗ୍ରାଫ ପରୀକ୍ଷା ପାଇଁ ଅଭିଯୁକ୍ତ ପ୍ରଥମେ ରାଜି ହେଉନଥିଲା। କିନ୍ତୁ ପଲିଗ୍ରାଫ ପାଇଁ ରାଜି ନହେଲେ ଅଭିଯୁକ୍ତ ଧରାଯିବ କହିବାରୁ ରାଜି ହୋଇଥିଲା ସରୋଜ। ଅଭିଯୁକ୍ତ ଏସଆଇଟି ଛଡ଼ା ଅନ୍ୟ ଦୁଇଜଣଙ୍କ ଆଗରେ ଘଟଣାକୁ ସ୍ବୀକାର କରିଛି। ଅଭିଯୁକ୍ତ ସରୋଜର ସ୍ବୀକାରୋକ୍ତିର ଅଡିଓ ଓ ଭିଡିଓ ବି ରହିଛି। ସରୋଜର ମୋବାଇଲର ଡିଲିଟ ତଥ୍ୟକୁ ରିକଭରି ଉଦ୍ୟମ କରାଯାଉଛି ।