ଟ୍ରାଫିକ୍ ବ୍ୟବସ୍ଥାକୁ ସୁଧାରିବାକୁ ଆକ୍ସନ୍ ମୋଡରେ ଟ୍ରାଫିକ୍ ଡିସିପି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀର ରାଜରାସ୍ତାରେ ଅନେକ ସ୍ଥାନରେ ବେଆଇନ୍ ପାର୍କିଂ ହୋଇଥିବାରୁ ଅଜଥା ଭିଡ ଜମୁଛି। ଏନେଇ ବାରମ୍ବାର ଅଭିଯୋଗ ପରେ ବି ସ୍ଥିତି ସୁଧୁରୁ ନଥିଲା। ଏବେ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ୍ ବ୍ୟବସ୍ଥାକୁ ସୁଧାରିବା ପାଇଁ ଟ୍ରାଫିକ୍ ଡିସିପି ସୌମ୍ୟା ମିଶ୍ର ଆକ୍ସନ ମୋଡରେ ଆସିଛନ୍ତି।

ରାଜଧାନୀ ରାସ୍ତା କଡରୁ ପୁରୁଣା ଗାଡି ଗୁଡିକୁ ହଟାଇବା ପାଇଁ ଆଜିଠୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛନ୍ତି। ଭୁବନେଶ୍ୱରର ବରମୁଣ୍ଡା, ରସୁଲଗଡ ଏବଂ କଳ୍ପନାରେ ଆଜି ଟ୍ରାଫିକ ପକ୍ଷରୁ ଗାଡି ଗୁଡିକୁ ଉଠାଯାଇଛି। ଟ୍ରାଫିକ ସମସ୍ୟା ଏବଂ ଦୁର୍ଘଟଣା ଯୋଗୁଁ ବାରମ୍ବାର ଅଭିଯୋଗ ପରେ ଆଜି କାର୍ୟ୍ୟାନୁଷ୍ଠାନ ନେଇ ଡ୍ରାଇଭ ଆରମ୍ଭ ହୋଇଛି। ତେବେ ଆଗକୁ ଭୁବନେଶ୍ୱରର ସମସ୍ତ ଅଞ୍ଚଳରେ ଏହି ଡ୍ରାଇଭ କରାଯିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର। ରାସ୍ତାରେ ବେଆଇନ୍ ପାର୍କିଂ ଦେଖିଲା ମାତ୍ରେ ୧୦୦ ଡାଏଲ କରିବାକୁ ନିବେଦନ କରିଛନ୍ତି। ଏଥିସହିତ ଏଣିକି ୧୦୦ ଡାଏଲ କରିଲେ ରାସ୍ତରୁ ସମସ୍ତ ବେଆଇନ୍ ପାର୍କିଂ ହଟାଯିବ ବୋଲି କହିଛନ୍ତି ଟ୍ରାଫିକ୍ ଡିସିପି।

Leave a comment