ଏଣିକି ଟ୍ରାଫିକ୍ ପୋଷ୍ଟରେ ରହିବ ଫାଷ୍ଟ ଏଡ୍ ବକ୍ସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ସହରର ସମସ୍ତ ଟ୍ରାଫିକ ପୋଷ୍ଟରେ ରହିବ ଫାଷ୍ଟ ଏଡ ବାକ୍ସ। ଆଜି ଶିଖରପୁର ଠାରେ ଟ୍ରାଫିକ ଡିସିପି ସୌମ୍ୟା ମିଶ୍ର ଏହାର ଉଦଘାଟନ କରିଛନ୍ତି। ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ଓଡ଼ିଶା ଓ ସିଫା ହସ୍ପିଟାଲର ମିଳିତ ସହଯୋଗରେ ମୋଟ ୫୦ଟି ଟ୍ରାଫିକ ପୋଷ୍ଟରେ ଏହି ବକ୍ସ ଲଗାଯିବ।
ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯିବା ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଛି। ଯଦି ରାସ୍ତାରେ କୌଣସି ଦୁର୍ଘଟଣା ଘଟୁଛି ତା’ହେଲେ ଦୁର୍ଘଟଣାଗ୍ରସ୍ତଙ୍କୁ ବଞ୍ଚାଇବା ପାଇଁ ତୁରନ୍ତ ହସ୍ପିଟାଲ ନେଇଥିବା ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ଇନସେଣ୍ଟିଭ୍ ଓ ସାର୍ଟିଫିକେଟ୍ ମିଳିବ। ଏଥିପାଇଁ ମଧ୍ୟ ଟ୍ରାଫିକ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି।

Leave a comment