୪ ଶିଶୁକନ୍ୟାଙ୍କୁ ଗଳାକାଟି ହତ୍ୟାକଲା ମାଆ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହରିୟାଣାର ନୁହ୍ ଜିଲା ଅନ୍ତର୍ଗତ ପିପ୍ରୋଲି ଗ୍ରାମରେ ଜଣେ ମାଆ ନିଜର ଚାରିଜଣ ଶିଶୁ କନ୍ୟାଙ୍କ ଗଳାକାଟି ହତ୍ୟା କରିଥିବାବେଳେ ପରବର୍ତ୍ତୀ ସମୟରେ ନିଜର ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଉକ୍ତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପାରିବାରିକ କଳହକୁ କେନ୍ଦ୍ରକରି ଏଭଳି ଅଭାବନୀୟ ଘଟଣା ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ମୃତ ଶିଶୁକନ୍ୟାଙ୍କ ବୟସ ୧ରୁ ୭ ବର୍ଷ ମଧ୍ୟରେ ବୋଲି ଜଣାପଡିଛି। ପୁଲିସ ପକ୍ଷରୁ ସଂପୃକ୍ତ ମହିଳାଙ୍କ ବିରୋଧରେ ହତ୍ୟା ଓ ଆତ୍ମହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି।