ଏପ୍ରିଲ ସୁଦ୍ଧା ଲୋକଙ୍କୁ ମିଳିବ କରୋନା ଟିକା

0

ଓଡ଼ିଶା ଫାଷ୍ଟ (ବ୍ୟୁରୋ):ଆସନ୍ତାବର୍ଷ ଏପ୍ରିଲ ସୁଦ୍ଧା ସାଧାରଣ ଲୋକଙ୍କୁ ଅକ୍ସଫୋର୍ଡ କୋଭିଡ୍-୧୯ ଟିକା ମିଳିପାରିବ ବୋଲି ଟିକା ପ୍ରସ୍ତୁତକାରୀ ସିରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଆଦାର ପୁନାୱାଲା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୨୦୨୧ ଫେବୃୟାରୀ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କଙ୍କୁ ଏହି ଟିକା ମିଳିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ସାଧାରଣ ଲୋକଙ୍କ ପାଇଁ ଉକ୍ତ ଟିକାର ଦୁଇଟି ଡୋଜ୍ ୧୦୦୦ ଟଙ୍କାରେ ଉପଲବ୍ଧ ହେବ ବୋଲି ସେ ଜଣାଇଛନ୍ତି।
ଅବଶ୍ୟ ଉକ୍ତ ଟିକାର ଚୂଡାନ୍ତ ମାନବ ପରୀକ୍ଷଣ ପରେ ଓ କ୍ଷମତାପ୍ରାପ୍ତ ସଂଗଠନ ପକ୍ଷରୁ ସ୍ୱୀକୃତି ମିଳିବା ପରେ ହିଁ ଟିକା ବିକ୍ରି ଆରମ୍ଭ ହେବ ବୋଲି ସେ କହିଛନ୍ତି। ଭାରତ ସରକାର ବିଦେଶରୁ ବିପୁଳ ସଂଖ୍ୟାରେ ଏହି ଟିକା କ୍ରୟ କରିବାର ଯୋଜନା ରହିଛି। ତେଣୁ ବିଦେଶୀ ସଂସ୍ଥା ସୁଲଭ ମୂଲ୍ୟରେ ଭାରତକୁ ଏହି ଟିକା ବିକ୍ରି କରୁଥିବାରୁ ସାଧାରଣ ଗ୍ରାହକଙ୍କ ଉପରେ ଆର୍ôଥକ ବୋଝ ପଡିବ ନାହିଁ ବୋଲି ସେ କହିଛନ୍ତି।

Leave a comment