ନାସାର ହ୍ୟୁମାନ ଏକ୍ସପ୍ଲୋରେସନ୍ ଚ୍ୟାଲେଞ୍ଜରେ ସାମିଲ ହେବେ ଓଡ଼ିଆ ଛାତ୍ରଛାତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଆସନ୍ତାବର୍ଷ ଏପ୍ରିଲରେ ଆୟୋଜିତ ହେବାକୁ ଥିବା NASA Human Exploration Rover Challenge 2021 ପାଇଁ ମନୋନୀତ ହୋଇଛନ୍ତି ଓଡ଼ିଶାର ୧୦ ଜଣ ଛାତ୍ରଛାତ୍ରୀ ।

ଭୁବନେଶ୍ବରର ନଭୋନ୍ମେଶ ପ୍ରସାର ଷ୍ଟୁଡେଣ୍ଟ ଆଷ୍ଟ୍ରୋନୋମି ଟିମ୍ ପକ୍ଷରୁ ମନୋନୀତ ହୋଇଛନ୍ତି। ଏହି ଟିମ୍ ଭୁବନେଶ୍ବରର ନଭୋନ୍ମେଶ ପ୍ରସାର ଫାଉଣ୍ଡେସନ ଦ୍ବାରା ପ୍ରତିଷ୍ଠା କରାଯାଇଛି। ଏଥିରେ ମହାକାଶ ଗବେଷଣା କ୍ଷେତ୍ରରେ ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀ ମାନେ ସାମିଲ ହୋଇଛନ୍ତି। ସେମାନେ ମହାକାଶ ଗବେଷଣା, ରୋଭର, ରକେଟ୍ , ସାଟେଲାଇଟ୍, ଗ୍ରହମାନଙ୍କ ସଂପର୍କରେ ଗବେଷଣା କରୁଛନ୍ତି।

ସେମାନେ ଛାତ୍ରଛାତ୍ରୀ ଭାବେ ମହାକାଶ ଗବେଷଣାରେ ଯେଉଁ ଆଗ୍ରହ ରଖିଛନ୍ତି ଏବଂ ସଫଳତା ପାଇଛନ୍ତି ସେଥିପାଇଁ ସେମାନଙ୍କୁ ନାସା ପକ୍ଷରୁ ସେମାନଙ୍କୁ ଆସନ୍ତାବର୍ଷ ଏପ୍ରିଲରେ ହେବାକୁ ଥିବା ହ୍ୟୁମାନ ଏକ୍ସପ୍ଲୋରେସନ୍ ରୋଭର ଚ୍ୟାଲଞ୍ଜ ପାଇଁ ମନୋନୀତ କରାଯାଇଛି। ମହାକାଶ ଗବେଷଣା କ୍ଷେତ୍ରରେ ସାରା ବିଶ୍ବର ଛାତ୍ରଛାତ୍ରୀ ମହାକାଶ ଅଭିଯାନ ପାଇଁ ନୂଆ ନୂଆ ଡିଜାଇନ୍ ପ୍ରସ୍ତୁତ କରିଥାନ୍ତି। ଏଥିରେ ବିଶ୍ବବ୍ୟାପୀ ହାଇସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥାନ୍ତି।

Leave a comment