ଭୁବନେଶ୍ୱରରୁ ଜଣଙ୍କୁ ଉଠାଇ ନେଲା NIA

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନ୍ୟାସନାଲ ଇନ୍ଭେଷ୍ଟିଗେସନ ଏଜେନ୍ସି ଟିମ୍ (NIA) ଭୁବନେଶ୍ୱରରୁ ଜଣଙ୍କୁ ଉଠାଇ ନେଇଛି। ଜଣକୁ ଉଠାଇ ନେଇ ଖଣ୍ଡଗିରି ଥାନାରେ ସକାଳ ୭ଟାରୁ ପଚରାଉଚରା କରୁଛି NIA ଟିମ୍। ଏ ସମ୍ପର୍କରେ ସୂଚନା ଦେଇ ପୁଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, NIA ଜଣେ ଛାତ୍ରକୁ ପଚରାଉଚରା କରୁଥିବା ବେଳେ ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ । ଅପରପକ୍ଷେ ଉକ୍ତ ଛାତ୍ରଙ୍କୁ କୌଣସି ଅଜ୍ଞାତ ସ୍ଥାନରେ ନୁହେଁ, ଖଣ୍ଡଗିରି ଥାନାରେ ଜେରା କରାଯାଉଛି। ଅନାବଶ୍ୟକ ଭାବେ ଅଯଥା କଳ୍ପନାଜଳ୍ପନା ନ କରିବାକୁ କହିଲେ କମିଶନର ।