ଅଭିନେତ୍ରୀ ଖୁସବୁ ହାତ ଛାଡ଼ି ପଦ୍ମ ଧରିଲେ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଭିନେତ୍ରୀ ଖୁସବୁ କଂଗ୍ରେସ ହାତ ଛାଡ଼ି ପଦ୍ମ ଧରିଛନ୍ତି । ବିଜେପିରେ ଯୋଗ ଦେବା ପରେ ଖୁସବୁ କହିଛନ୍ତି, ଯଦି ଦେଶକୁ ଆଗକୁ ବଢ଼ାଇବାର ଅଛି ତେବେ ଆମକୁ ଠିକ ବାଟରେ ନେବା ଦିଗରେ ପିଏମ ମୋଦିଙ୍କ ଆବଶ୍ୟକତା ରହିଛି । ସେହିପରି ସେ ଅଭିଯୋଗ କରି କହିଛନ୍ତି, କଂଗ୍ରେସ ଦଳରେ କିଛି ନେତା ନିଜ କଥା ଲଦିବାକୁ ଚେଷ୍ଟା କରୁଛନ୍ତି । ଯେଉଁମାନଙ୍କର ତଳସ୍ତରରୁ ଲୋକଙ୍କ ସହ ଯୋଗାଯୋଗରେ ନାହାନ୍ତି ସେମାନେ ଏହି ନିଷ୍ପତ୍ତି ନେଉଛନ୍ତି। ଯେଉଁ ଭଳି ଭାବେ ଦଳ କାମ କରୁଥିଲା ସେଥିରେ ସେ ଆଦୌ ସନ୍ତୁଷ୍ଟ ନଥିଲେ ।
ଅପରପକ୍ଷରେ ଖୁସବୁଙ୍କ ଏଭଳି ବୟାନ ଉପରେ ବର୍ଷିଛନ୍ତି ଫରାହ ଅଲୀ ଖାନ୍ । ଫରାହ କହିଛନ୍ତି ଲୋକ ଏତେ ଜଲଦି ବଦଳି ଯାଆନ୍ତି । ଏବେ ଫରାହଙ୍କ ଏ ଟ୍ବିଟ୍ ଖୁବ୍ ଭାଇରାଲ ହେଉଛି ।
ସୂଚନା ଅନୁଯାୟୀ, ଖୁସବୁ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ କ୍ୟାବିନେଟ୍ ମନ୍ତ୍ରୀ ଅନୁରାଗ ଠାକୁର, ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସମେତ ଆହୁରି ଅନେକ ନେତା ଉପସ୍ଥିତ ଥିଲେ । ଦଳରେ ଯୋଗ ଦେବା ପରେ ସେ ଜଗତ ପ୍ରକାଶ ରେଡ୍ଡିଙ୍କୁ ଭେଟିଛନ୍ତି ।