ରାଜଭବନ ନିକଟସ୍ଥ ପେଟ୍ରୋଲ ଟାଙ୍କିରେ ବିସ୍ଫୋରଣ, ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ଆଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହା ଫଳରେ ଟାଙ୍କିରେ ନିଆଁ ଲାଗିଯାଇଛି । ଏହି ବିସ୍ଫୋରଣରେ ଅନେକ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚିଛନ୍ତି । କେଉଁ କାରଣରୁ ଟାଙ୍କିରେ ନିଆଁ ଲାଗିଲା ସେ ସମ୍ପର୍କରେ ଜଣାପଡ଼ିନାହିଁ ।
ଭୟଙ୍କର ବିସ୍ଫୋରଣ ପରେ ଘରୁ ବାହାରି ଆସିଲେ ଲୋକେ । ଗଭର୍ଣ୍ଣର ହାଉସ ରାସ୍ତାକୁ ସିଲ କଲା ପୋଲିସ । ଘଟଣା ସ୍ଥଳରେ ପହଂଚିଲେ ପୋଲିସ କମିଶନର । ଗୋଟିଏ ଟାଙ୍କିରେ ନିଆଁ ଲାଗିଥିବା ନେଇ ସୂଚନା ରହିଥିବା ନେଇ କହିଲେ ସିପି ।