ପଡୋଶୀ ଯୁବକକୁ ବାହା ହୋଇଗଲା ପତ୍ନୀ, ଫେସବୁକରେ ଲାଇଭ ଆତ୍ମହତ୍ୟା କଲେ ସ୍ୱାମୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜିକାଲି ଲୋକମାନେ ଏ​‌ତେ ପରିମାଣରେ ସମ୍ବେଦନଶୀଳ ହୋଇ ପଡ଼ୁଛନ୍ତି ଯେ, ଛୋଟଛୋଟ କାରଣକୁ ନେଇ ଆତ୍ମହତ୍ୟା କରିବାକୁ ପଛାଉ ନାହାନ୍ତି। ଏମିିତି ଏକ ଘଟଣା ଘଟିଛି ବିହାରର ଅରରିଆ ଅଞ୍ଚଳରେ। ପଡ଼ୋଶୀ ଯୁବକ ସହ ନିଜ ପତ୍ନୀ ବିବାହ କରି ପଳାଇଯିବା ପରେ ଜଣେ ମଧ୍ୟବୟସ୍କ ବ୍ୟକ୍ତି ବିଷପାନ କରି ଆତ୍ମହତ୍ୟା କରିଛନ୍ତି ଏବଂ ଏହାକୁ ଫେସବୁକରେ ଲାଇଭ୍ କରିଛନ୍ତି । ଏହି ବ୍ୟକ୍ତିଙ୍କ ନାମ ହେମନ୍ତ ଗୁପ୍ତା। ସେ ସିମରହା ଗାଁର ବାସିନ୍ଦା। ମୋର ପତ୍ନୀ ମୁନ୍ନି ଦେବୀଙ୍କୁ ପଡ଼ୋଶୀ ଯୁବକ ବିବାହ କରିଛନ୍ତି। ତେଣୁ ମୁଁ ମରିବାକୁ ଯାଉଛି ଏବଂ ମରିବା ପରେ ନ୍ୟାୟ ଚାହେଁ ବୋଲି କହି ହେମନ୍ତ ବିଷ ଖାଇ ଦେଇଥିଲେ।
ଫେସବୁକ୍ ଲାଇଭ୍ ଦେଖିବା ପରେ କିଛି ଲୋକ ତାଙ୍କ ଘରେ ପହଞ୍ଚି ପୁଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ପୁଲିସ ଉପସ୍ଥିତିରେ ଯେତେବେଳେ କୋଠରୀର କବାଟ ଭାଙ୍ଗିଗଲା, ସେତେବେଳେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ତାଙ୍କୁ ପ୍ରଥମେ ଆରାରିଆ ସଦର ଡାକ୍ତରଖାନା ଏବଂ ପରେ କାଟିହାର ମେଡିକାଲ କଲେଜକୁ ନିଆଯାଇଥିଲା କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା।ଅନ୍ୟପକ୍ଷରେ ହେମନ୍ତଙ୍କ ମୃତ୍ୟୁ ଖବର ଶୁଣି ତାଙ୍କର ପତ୍ନୀ ଓ ପତ୍ନୀଙ୍କ ନୂଆ ସ୍ବାମୀ ଫେରାର ହୋଇ ଯାଇଛନ୍ତି ।

Leave a comment