ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଦାୟର ଜନସ୍ୱାର୍ଥ ମାମଲାର ହାଇକୋର୍ଟରେ ଶୁଣାଣି

0

(ଓଡିଶା ଫାଷ୍ଟ) ବ୍ୟୁରୋ: ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଦାୟର ଏକ ଜନସ୍ୱାର୍ଥ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହେବ । ୨୮ ତାରିଖ ଦିନ ଶୁଣାଣି ସମୟରେ ସମସ୍ତ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ଦୁଇଦିନ ସମୟ ଦେଇଥିଲେ କୋର୍ଟ । ମାମଲାର ଅଗ୍ରଗତି ସମ୍ପର୍କରେ ଅଦାଲତରେ ଆଜି ତଥ୍ୟ ରଖିବେ ଭୁବନେଶ୍ୱର ଡିସିପି ।ନାବାଳିକା ଗଣଦୁଷ୍କର୍ମ ଘଟଣାର ତଦନ୍ତ ସିବିଆଇ କିମ୍ବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କରିବା ପାଇଁ ହାଇକୋର୍ଟରେ ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ଆଇନଜୀବୀ ଗୌତମ ସିଦ୍ଦିକିଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି, ଯେ ନାବାଳିକାର ଗଣଦୁଷ୍କର୍ମ ଘଟଣାରେ ପୁଲିସ କର୍ମଚାରୀ ଓ ବୈଦ୍ୟୁତିକ ଗଣମାଧ୍ୟମର କର୍ମଚାରୀ ଜଡିତ ଥିବା ଅଭିଯୋଗ ରହିଛି ।

ଏସଆଇଟି ଗଠନ କରିଦେଇ ପୁଲିସ ଚୁପ୍ ହୋଇ ବସିଥିବା ଆବେଦନରେ ଦର୍ଶାଯାଇଛି । ମାମଲାରେ ଗୃହ ବିଭାଗ, ପୁଲିସ ଡିଜି, ସିବିଆଇ, ଭୁବନେଶ୍ୱର ଡିସିପି ଓ ଭୁବନେଶ୍ୱର ମହିଳା ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।

Leave a comment