ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ବସିବ ବୈଠକ । ଗୋଟିଏ ଦିନକରେ ୩ଟି କ୍ୟାବିନେଟ ବୈଠକ ବସିବ। ସନ୍ଧ୍ୟା ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ ବୋଲି ସ୍ଥିର କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଅଧ୍ୟାଦେଶକୁ ବୈଠକରେ ମଞ୍ଜୁରୀ ମିଳିବ ବୋଲି ସୂଚନା ରହିଛି ।୫ଟା୧୫ରେ ରାଜ୍ୟ କୃଷି କ୍ୟାବିନେଟ୍ ବୈଠକ ବସିବ। ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଏହା ପ୍ରଥମ କୃଷି କ୍ୟାବିନେଟ୍ । ଏହି କ୍ୟାବିନେଟ୍ କମିଟିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷ ରହିଥିବା ବେଳେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କମିଟି ସଂପାଦକ, କୃଷି ସଚିବ ସୌରଭ ଗର୍ଗ କମିଟିର ଆବାହକ ଦାୟିତ୍ୱ ତୁଲାଇବେ। କୃଷି, ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସଂସଦୀୟ ବ୍ୟାପାର ରାଜସ୍ୱ ଓ ବିପର୍ଯ୍ୟୟ, ପରିଚାଳନା, ଅର୍ଥ ବିଭାଗର ମନ୍ତ୍ରୀ ମଧ୍ୟ ରହିବେ।