ରାଜ୍ୟରେ ସୁସ୍ଥ ହେଲେ ୧୫୫୦ ଜଣ କରୋନା ଆକ୍ରାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରବିବାର ରାଜ୍ୟରେ ୨୯ଟି ଜିଲ୍ଲାରୁ ୧୫୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ପକ୍ଷରୁ ଟୁଇଟ ଜରିଆରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୨୭୬ରେ ପହଞ୍ଚିଛି।ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଗଂଜାମ ଜିଲ୍ଲାରୁ ସର୍ବାଧିକ ୩୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୨୪୧ ଜଣ, ସୁନ୍ଦରଗଡ଼ରୁ ୧୧୮ ଜଣ, କଟକରୁ ୯୯ ଜଣ, ସମ୍ବଲପୁରରୁ ୮୯ ଜଣ, ଢେଙ୍କାନାଳରୁ ୭୨ ଜଣ, ମାଲକାନଗିରିରୁ ୬୪ ଜଣ, ବାଲେଶ୍ୱରରୁ ୬୩ ଜଣ, କନ୍ଧମାଳରୁ ୬୨ ଜଣ ଓ ପୁରୀରୁ ୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ସେହିପରି କୋରାପୁଟ ଜିଲ୍ଲାରୁ ୪୧ ଜଣ, ମୟୂରଭଂଜରୁ ୩୯ ଜଣ, ଭଦ୍ରକରୁ ୩୮ ଜଣ, ଗଜପତିରୁ ୩୨ ଜଣ, ବଲାଙ୍ଗୀରରୁ ୨୬ ଜଣ, ରାୟଗଡ଼ାରୁ ୨୦ ଜଣ, ଜଗତସିଂହପୁରରୁ ୧୮ ଜଣ, ଝାରସୁଗୁଡ଼ାରୁ ୧୭ ଜଣ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝରରୁ ୧୬ ଜଣ ଲେଖାଏଁ, ବୌଦ୍ଧରୁ ୧୫ ଜଣ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ାରୁ ୬ ଜଣ ଲେଖାଏଁ, ବରଗଡ଼, ସୁବର୍ଣ୍ଣପୁରରୁ ୫ ଜଣ ଲେଖାଏଁ, ଅନୁଗୁଳରୁ ୪ ଜଣ ଓ ନୟାଗଡ଼ରୁ ୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।