ୱବିନର ମାଧ୍ୟମରେ ରାଜ୍ୟ ସ୍ତରୀୟ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟରେ ପ୍ରାଥମିକ ଶିକ୍ଷା ଠାରୁ ଉଚ୍ଚ ଶିକ୍ଷା ଓ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଅତ୍ୟାଧୁନିକ ଜ୍ଞାନ କୌଶଳ ଓ ଶିକ୍ଷାର ବିକାଶରେ ପାଠାଗାରର ଭୁମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଓଡ଼ିଶା ମହାବିଦ୍ୟାଳୟ ଗ୍ରନ୍ଥାଗାରିକ ସଂଘ ଦ୍ୱାରା ଆୟୋଜିତ ଜାତୀୟ ଗ୍ରନ୍ଥାଗାରିକ ଦିବସ ଓ ପାଠାଗାର ଆନ୍ଦୋଳନର ଜନକ ଡ଼ଃ ଏସ୍,ଆର୍, ରଙ୍ଗନାଥନଙ୍କ ଜୟନ୍ତୀ ଉତ୍ସବ ପାଳନ ଅବସରରେ ୱବିନର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଭୂବନେଶ୍ୱର ମଧ୍ୟମ ବିଧାୟକ ତଥା ସଂଘ ର ସଭାପତି ଅନନ୍ତନାରାୟଣ
ଜେନା ଏହା ପ୍ରକାଶ କରିଛନ୍ତି । କୋଭିଡ଼-୧୯ର କଟକଣାକୁ ନେଇ ୱବିନର ମାଧ୍ୟମରେ ରାଜ୍ୟ ସ୍ତରରେ ଆୟୋଜିତ ଏହି ଉତ୍ସବରେ ସଂଘର କାର୍ଯ୍ୟକାରୀ ସଭାପତି ହୃଷୀକେଶ ମିଶ୍ର ଅତିଥିମାନଙ୍କୁ ଆମନ୍ତ୍ରଣ ସହିତ
ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ନିମନ୍ତ୍ରୀତ ଅତିଥି ଭାବରେ କେନ୍ଦ୍ର ସଚ୍ଚିବାଳୟ ଗ୍ରନ୍ଥାଗାରର ପୂର୍ବତ୍ତନ ନିର୍ଦ୍ଦେଶକ ଡ଼ଃ ନରେନ୍ଦ୍ର କୁମାର ବର୍, ସମ୍ମାନିତ ଅତିଥି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗ୍ରନ୍ଥାଗାର ବିଭାଗୀୟ ମୁଖ୍ୟ ଡ଼ଃ ବି.ମହାରାଣା, ମୁଖ୍ୟ ବକ୍ତା ତ୍ରିପୂରା ବିଶ୍ୱ ବିଦ୍ୟାଳୟର ଡ଼ଃ ଆର୍.କେ ମହାପାତ୍ର ଓ ସଂଘର ଉପଦେଷ୍ଟା
ଡ଼ଃ ରବିନ୍ଦ୍ର ମହାପାତ୍ର, ସଂଘର ସାଧରାଣ ସମ୍ପାଦକ ପ୍ରଦୀପ ସାହୁ, ସଂଘର ଶ୍ରଷ୍ଠା ଅର୍ଜୁନ ଜେନା, ସହ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ୱବିନରରେ ଯୋଗଦେଇ ପାଠାଗାର ଆନ୍ଦୋଳନରେ ଡ଼ଃ ଏସ୍.ଆର୍.ରଙ୍ଗନାଥନଙ୍କ ଅବଦାନ ଉପରେ ଆଲୋକପାତ କରିବା ସହିତ ପାଠାଗାରର ଆନ୍ଦୋଳନକୁ ତୀବ୍ର କରିବାକୁ ପ୍ରତିଟି
ଗ୍ରନ୍ଥାଗାରୀକମାନଙ୍କୁ ଆହ୍ୱାନ ଦେଇଥିଲେ । ତେବେ କୋଭିଡ଼-୧୯ର କଟକଣା କୁ ନେଇ ଏହି ଜାତୀୟ ଉତ୍ସବ ରାଜ୍ୟ ସ୍ଥରରେ ପ୍ରତ୍ୟେକ ଜିଲ୍ଲା ମହକୁମାରେ ପାଳିତ ହୋଇଯାଥିଲା ବେଳେ କଟକ ଜିଲ୍ଲାର ଅଡ଼ସପୁର ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପାଳିତ ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦୈତ୍ୟାରୀ ସିଂ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଉଦ୍ଘାଟନ କରିବା ସହିତ ପାଠାଗାର ହିଁ ପାଠଶାଳାର ଚାବିକାଠି ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଗାର ସଂଘର ପୁରୀ ଜିଲ୍ଲା
ପ୍ରତିନିଧି ଡ଼ଃ ମହେନ୍ଦ୍ର ବିଶ୍ୱାଳ, ରତିକାନ୍ତ ଓଝା, ଜଗତସିଂହପୁର ଆଦିତ୍ୟ କୁମାର ମିଶ୍ର, ଖୋର୍ଦ୍ଧା ଜିଲ୍ଲାର ରମେଶ କୁମାର ସାହୁ, ଶିବ ପ୍ରସାଦ ସାହୁ, ବୌଦ୍ଧ ଜିଲ୍ଲାର ଶଂକର ମିଶ୍ର, କଟକ ଜିଲ୍ଲାର ଉଦୟନାଥ ମହାବିଦ୍ୟାଳୟ ଗ୍ରନ୍ଥାଗାରୀକ ପବିତ୍ର ମୋହନ ପ୍ରଧାନ, ସ୍ୱର୍ଣ୍ଣପ୍ରଭା ସାହୁ ଓ ମହାନଦୀ ମହାବିଦ୍ୟାଳୟର ଗ୍ରନ୍ଥାଗାରିକ ଲଲାଟ କିଶୋର ମହାନ୍ତି, ଏନ୍.ଏସ୍ ମହାବିଦ୍ୟାଳୟର ଦିନବନ୍ଧୁ ପରିଡ଼ା, ବିଜୟ ଧଳ, ବଦ୍ରୀନାରାୟଣ ବେହେରା, ଯାଜପୁରର ତ୍ରିଲୋଚନ ପଣ୍ଡା, ଭବେଶ ନାୟକ, ଅଭିମନ୍ୟୁ ସାମଲ, ଢ଼େଙ୍କାନାଳରୁ ନୃସିଂହ
ବେହେରା, ମୁରଲିଧର ମହାରଣା, ନୟାଗଡ଼ର ଡ଼ଃ ସୁରେଶ ମହାରଣା ପ୍ରମୁଖ ସାମାଜିକ ଦୂରତା ରକ୍ଷା କରି ଏଥିରେ ଯୋଗ ଦେଇଥିଲେ । ଶେଷରେ ରାଜ୍ୟ ସଂଘ ଦ୍ୱାରା ୱବିନର ମାଧ୍ୟମରେ ଆୟୋଜୀତ ଉତ୍ସବରେ ସଂଘର ସହ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୨ ଶହରୁ ଉର୍ଦ୍ଧ ଗ୍ରନ୍ଥାଗାରିକ ଯୋଗଦେଇଥିଲେ ।