ଗଞ୍ଜାମ ଜିଲ୍ଲାର ସବୁ ସରପଞ୍ଚଙ୍କ ସହ କଥା ହେବେ ନବୀନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାର ସରପଞ୍ଚମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେବେ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା ଭାଇରସ ନିୟନ୍ତ୍ରଣକୁ ଆସିଛି । ପୂର୍ବ ତୁଳନାରେ ଏହା ଏବେ ୩ ଗୁଣ ଅଧିକ କରୋନା ନମୁନା ପରୀକ୍ଷା କରାଯାଉଛି। କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ଦିନକୁ ଦିନ ହ୍ରାସ ପାଉଛି। ଏ ପର୍ଯ୍ୟନ୍ତ ଗଂଜାମରେ ୭୮ ପ୍ରତିଶତ ରୋଗୀ ସୁସ୍ଥ ହୋଇସାରିଛନ୍ତି। ଗଂଜାମ ବ୍ରହ୍ମପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଛନ୍ତି, ପରବର୍ତ୍ତୀ ସପ୍ତାହ ବେଳକୁ ପଜିଟିଭ ସଂଖ୍ୟା ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଜିଲ୍ଲାରେ ୩ଟି କୋଭିଡ ହସ୍‌ପିଟାଲ ନିର୍ମାଣ କରାଯାଇଛି। ଏଥିରେ ୫୦୦ରୁ ଅଧିକ ଶଯ୍ୟା ଅଛି। ଅଗଷ୍ଟରେ ଆହୁରି ୧୦୦ ଶଯ୍ୟାର ବ୍ୟବସ୍ଥା କରାଯିବ। ସେହିପରି ହସ୍ପିଟାଲରେ ୯୦ଟି ଆଇସିୟୁ ୟୁନିଟ ଅଛି। ୧୭୦୦ ଅକ୍ସିଜେନ ସିଲିଣ୍ଡର ଅଛି। ୭୨୫ ଅକ୍ସିଜେନ ସପୋର୍ଟ ଶଯ୍ୟା ଅଛି। ଜିଲ୍ଲାରେ ୨ଟି କୋଭିଡ କେୟାର ସେଣ୍ଟର ଅଛି। ତେଣୁ ସ୍ବାସ୍ଥ୍ୟ ଭିତ୍ତଭୂମି ନେଇ ଜିଲ୍ଲା ପୂରା ପ୍ରସ୍ତୁତ ଅଛି।

Leave a comment