ପରଲୋକରେ ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ବିଜେଡି ନେତା ବିଷ୍ଣୁ ଦାସଙ୍କ ପରଲୋକ । ୬୬ ବର୍ଷ ବୟସରେ ସେ ଦେହତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ । ଅସୁସ୍ଥତା କାରଣରୁ ତାଙ୍କୁ କିଛି ଦିନ ହେବ ଭୁବନେଶ୍ୱର ର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ । ଆଜି ତାଙ୍କର ଦେହାନ୍ତ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବାପରେ ସମଗ୍ର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ଦାସଙ୍କ ପରଲୋକ ଖବର ଶୁଣି ଗଭୀର ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଛାତ୍ର ଜୀବନରୁ ସ୍ବର୍ଗତ ବିଷ୍ଣୁ ଦାସ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ସେ ଜଣେ ଉତ୍ତମ ସଂଗଠକ ମଧ୍ୟ ଥିଲେ । ୧୯୯୦ ଓ ୧୯୯୫ରେ ସେ ଜନତା ଦଳର ଟିକେଟରୁ ଲଢ଼ି ଜଗତସିଂହପୁର ବିଧାନସଭା ଆସନରୁ ବିଧାୟକ ହୋଇଥିଲେ । ପରେ ୨୦୦୦, ୨୦୦୪ ଏବଂ ୨୦୦୯ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଟିକେଟରେ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସ୍ବର୍ଗତ ଦାସ ଲଗାତର ଭାବେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ୨୦୧୪ ନିର୍ବାଚନ ରେ ସେ କଂଗ୍ରେସ ପ୍ରାର୍ଥୀ ଚିରଞ୍ଜୀବ ବିଶ୍ୱାଳଙ୍କଠାରୁ ପରାଜିତ ହୋଇଥିଲେ ।

Leave a comment