କରୋନା ଆକ୍ରାନ୍ତ ଚିହ୍ନଟ ପରେ ୧୨ଟି ଗାଁ ଶଟ୍‌ଡାଉନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଝାରସୁଗୁଡ଼ା ଜିଲ୍ଲା କିମିରା ବ୍ଲକରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚାରି ପଞ୍ଚାୟତର ୧୨ଟି ଗାଁକୁ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଆଜି ସକାଳ ୮ଟାରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଶଟଡାଉନ୍‌ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଝାରମୁଣ୍ଡା, ଭୀମଯୋର, ଜି.ପାନପାଲି ଓ ନକ୍ସାପାଲି ପଞ୍ଚାୟତର ୧୨ଟି ଗାଁକୁ ଶଟ୍‌ଡାଉନ ଘୋଷଣା କରାଯାଇଛି।ଗାଁର ପ୍ରତିଟି ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି। ଗାଁକୁ ବାହାର ଲୋକ ଆସିବେ ନାହିଁ କି, ଗାଁ ଲୋକେ ବାହାରକୁ ଯିବେ ନାହିଁ ବୋଲି କୁହାଯାଇଛି। ଏହା ସହ ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯାଉଛି। ଶଟ୍‌ଡାଉନ୍‌ ବେଳେ ଦୋକାନବଜାର ମଧ୍ୟ ବନ୍ଦ ରହିବ ବୋଲି କୁହାଯାଇଛି।

Leave a comment