ଖୋର୍ଦ୍ଧା ଜେଲ ଡ୍ରଗ୍ସ କାର୍ବାର ର ଭାଇରଲ ଭିଡ଼ିଓ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୋର୍ଦ୍ଧା ଜେଲରେ ଖୋଲାଖୋଲି ଭାବେ ଚାଲିଛି ନିଶା କାରବାର । ଏହାର ଭାଇରଲ ଭିଡ଼ିଓ ସୋସିଆଲ ମେଡିଆରେ ଘୁରିବୁଲୁଛି । ଓଡ଼ିଶା ଫାଷ୍ଟ ହାତରେ ଲାଗିଥିବା ୩ଟି ଭିଡ଼ିଓରୁ ଏହା ସ୍ପଷ୍ଟ ହୋଇଯାଇଛି କି ୧୦ ହଜାର ଟଙ୍କା ଦେଲେ ସବୁ ଜିନିଷ ଖୋର୍ଦ୍ଧା ଜେଲ ଭିତରକୁ ଛାଡ଼ । ଏହି ଭିଡ଼ିଓରେ ଜେଲ ଭିତରେ କିପରି ନିଶା କାରବାର ହେଉଛି ଓ ଭିତକୁ ଅବାଧରେ ନିଶାଦ୍ରବ୍ୟ ପ୍ରବେଶ କରୁଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ।

ସୂଚନା ଅନୁଯାୟୀ, ଭିଡ଼ିଓରେ କଏଦୀମାନେ ଜେଲକୁ ପ୍ରବେଶ କରିଥିବା ମୋବାଇଲ ଓ ନିଶାଦ୍ରବ୍ୟଙ୍କୁ ନିଜ ନିଜ ମଧ୍ୟ ବାଂଟି ନେଉଥିବା ବେଳେ ବ୍ରାଉନସୁଗର ପୁଡିଆ ପ୍ରସ୍ତୁତ ଠାରୁ ଆରମ୍ଭ କରି ସେବନ ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ କଏଦ ହୋଇଛି । ଜେଲ ଭିତରେ କିପରି ଖୁଲମଖୁଲା ମୋବାଇଲ ବ୍ୟବହାର ହେଉଛି, ତାହା ମଧ୍ୟ ଜଳଜଳ ହୋଇ ଦେଖାଯାଉଛି ।

ଏଥିସହିତ ଜେଲ କର୍ତୃପକ୍ଷ କିପରି ଟଙ୍କା ନେଇ ଆପତିଜନକ ଦ୍ରବ୍ୟ ଭିତରକୁ ଛାଡୁଛନ୍ତି, ସେ ନେଇ ମଧ୍ୟ ଭିଡ଼ିଓରେ ବର୍ତାଳପ ହେଉଥିବା ଶୁଣିବାକୁ ମିଳୁଛି । ଏସବୁ ଭିଡ଼ଓକୁ ଅନୁଧ୍ୟାନ କଲେ ଜେଲ ମାନୁଆଲର କିପରି ଖୋଲାଖୋଲି ଉଲଂଘନ ହେଉଛି, ତାହା ସ୍ପଷ୍ଟ ହୋଇପଡୁଛି । ତେବେ ଏହି ଭିଡ଼ିଓ କିଛି ଟିଭି ଚ୍ୟାନେଲରେ ପ୍ରସାରିତ ହେବା ପରେ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

Leave a comment