ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ୧୪୪ ଧାରା ଜାରି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରିଛି ପ୍ରଶାସନ। ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡ ସମେତ ଆଖପାଖ ଅଞ୍ଚଳରେ ଏଭଳି କଟକଣା ଲାଗୁ କରାଯାଇଛି। ୫ତାରିଖ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତହେବ। ୪ତାରିଖ ରାତି ୧୦ଟାରୁ ୬ତାରିଖ ଦିନ ୨ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ସ୍ନାନମଣ୍ଡପରେ ସର୍ବସାଧାରଣ ଦର୍ଶନ ବାରଣ କରାଯାଇଥିବାରୁ ଏଭଳି କଟକଣା ଜାରି କରାଯାଇଛି।
ବଡ଼ଦାଣ୍ଡର ମାର୍କେଟଛକଠାରୁ କାକୁଡିଖାଇ ଛକ, ମରିଚିକୋଟ୍ ଛକରୁ ଲବଣିଖିଆ ଛକ, ଲବଣିଖିଆ ଛକରୁ ଜେନାରିଗଛ ଛକ, ସେଠାରୁ ଦୋଳମଣ୍ଡପସାହି ଜହ୍ନିମୁଣ୍ଡିଆ ଛକ, ବାଲିସାହି ରାସ୍ତା, ଭୋଗଯାଗା, ଖୁଣ୍ଟିଆସାହି ଛକରୁ ସୁଦର୍ଶନ ଗେଷ୍ଟହାଉସ୍, କଦମ୍ବଗଡଛକ, ସୁଦର୍ଶନ ଗେଷ୍ଟହାଉସ୍ରୁ ହରଚଣ୍ଡୀସାହି, ମାଛହାଟ ଛକରୁ ବରାହୀଛକ, ପଞ୍ଚୁଆତି ଯାଗା, ଲୋକନାଥ ରୋଡର ବୃଷଭଛକରୁ ଶୀତଳପିଣ୍ଡାଛକ, ବାରବାଟିଯାଗା, ବୃଷବଛକଠାରୁ ପାଣ୍ଡଯାଗା, ଛପନଛକ, ମଙ୍ଗଳାଘାଟଛକ, ବାଲିସ୍କୁଲ, ମିଶ୍ରସାହି, ସାତବଖରାଯାଗା ଏବଂ ପାଣ୍ଡଯାଗାଠାରୁ ମରିଚିକୋଟ୍ଛକ, ଚୁଡଙ୍ଗସାହି ଉ.ପ୍ରା ବିଦ୍ୟାଳୟ, ଚୁଡଙ୍ଗସାହି ଛକ, ବାନାମ୍ବରଛକ, ଶନିମନ୍ଦିର ଏବଂ ଇଣ୍ଡିୟାନ ବ୍ୟାଙ୍କ ଛକ ଅଞ୍ଚଳରେ ୧୪୪ ଜାରି କରାଯାଇଛି। ଚଳିତବର୍ଷ ବିନାଭକ୍ତରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥିର କରିଥିବାରୁ ଏଭଳି କଟକଣା ଜାରି କରାଯାଇଛି।