ପୋଲିସ ଭ୍ୟାନରେ ପ୍ରବାସୀଙ୍କ ଡେଲିଭରୀ କରାଇଲେ ମହିଳା ପୋଲିସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଆ ର କଷ୍ଟ ବୁଝିଲେ ମହିଳା ପୋଲିସ। ହାଇଦ୍ରାବାଦରୁ ଶ୍ରମିକ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନରେ ବିହାରର ଦାନାପୁର ଯାଉଥିବା ବେଳେ ବାଟରେ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ ଜଣେ ମହିଳା। ମହିଳାଙ୍କ କଷ୍ଟ ଜାଣିବାପରେ ଝାରସୁଗୁଡା ରେଳ ଷ୍ଟେସନରେ ଟ୍ରେନ ଅଟକିଥିଲା। ଝାରସୁଗୁଡା ଷ୍ଟେସନରେ ଷ୍ଟପେଜ୍ ନଥିବା ସତ୍ତ୍ୱେ ଟ୍ରେନକୁ ଅଟକାଇବାକୁ ପଡିଥିଲା। ପୂର୍ବ ସୂଚନା ପାଇ ପ୍ରସ୍ତୁତ ଥିଲା ପୋଲିସ ।
କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିବା ଡେରି ହେବାରୁ ଝାରସୁଗୁଡା ଥାନା ଆଇଆଇସି ପିସିଆର ଗାଡିରେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ମହିଳାଜଣଙ୍କ ବାଟରେ ଶିଶୁକନ୍ୟା ଜନ୍ମଦେଇଥିଲେ। ପୋଲିସ ଉଭୟ ମା ଓ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଲରାଇଛି।ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି।