ରାଜ୍ୟରେ ୯୧ ପଜେଟିଭ ଚିହ୍ନଟ, ସମ୍ବଲପୁରରେ ପହଁଚିଲା କରୋନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଜି ୯୧ ପଜେଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି । ଏହି ନୂତନ ଆକ୍ରାନ୍ତଙ୍କ ସହ ସମ୍ବଲପୁରକୁ ପ୍ରବେଶ କଲା କରୋନା । ସେହିପରି ଆଜି ଆଉ ଦୁଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହି ଦୁଇ ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ରେ ପହଞ୍ଚିଛି ।

ସୂଚନା ଅନୁଯାୟୀ, ଆଜିର ୯୧ ପଜେଟିଭ ମଧ୍ୟରୁ ଭଦ୍ରକରୁ ସର୍ବାଧିକ ୨୮, ବାଲେଶ୍ଵରରୁ ୧୭, ଗଞ୍ଜାମରୁ ୧୬, କଟକରୁ ୧୨, ପୁରୀରୁ ୭, କେନ୍ଦୁଝରରୁ ୪, ଖୋର୍ଦ୍ଧାରୁ ୩, ବଲାଙ୍ଗୀରରୁ ୨, କେନ୍ଦ୍ରାପଡାରୁ ଜଣେ, ସମ୍ବଲପୁରରୁ ଜଣେ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ୮୨୮ ଆକ୍ରାନ୍ତଙ୍କ ମଧ୍ୟରୁ ସେଥିମଧ୍ୟରୁ ୬୨୭ ଜଣ ଚିକିତ୍ସିତ ହେଉଥିବା ବେଳେ ୧୯୬ ଜଣକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୫ଜଣଙ୍କର ମୃତ୍ୟୁ ଘଟିଛି ।

Leave a comment