୧୦୧ ନୂଆ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଲେ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ନୂତନ ଭାବେ ଚିହ୍ନଟ ୧୦୧ ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହି ୧୦୧ ଆକ୍ରାନ୍ତଙ୍କ ମଧ୍ୟରୁ ୯୦ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ସେହିପରି ୮ ଜଣ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରୁ ଚିହ୍ନଟ ହୋଇଥିବାବେଳେ ଆଉ ୩ଜଣ ଅନ୍ୟାନ୍ୟ ବର୍ଗରେ ରଖାଯାଇଛି। ୧୦୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୨ ଜଣ ଗଞ୍ଜାମର ହୋଇଥିବାବେଳେ ସମସ୍ତେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ସେହିପରି ଯାଜପୁରରୁ ୭ଜଣ ଓ କେନ୍ଦୁଝରରୁ ୨ଜଣ ଚିହ୍ନଟ ହୋଇଥିବା ବେଳେ ସେମାନେ ବି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ବାଲେଶ୍ୱରର ୩୩ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ୨୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିବାବେଳେ ଜଣେ କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ଚିହ୍ନଟ ହୋଇଛନ୍ତି। ୩ଟି ଲୋକାଲ୍ କେସ୍ ରହିଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅନୁଯାୟୀ, ବାଲେଶ୍ୱରର ଏହି ୩୩ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ସୁରତ ଫେରନ୍ତା। ସେହିପରି ୩ ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ୨ ଜଣ ବେଙ୍ଗାଲୁରୁରୁ ଫେରିଥିଲେ।ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତେ ରାଉରକେଲାରେ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରେ ଥିଲେ।ସୂଚନାଯୋଗ୍ୟ, ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଞ୍ଚି ଥିବା ବେଳେ ୧୧୬ ଜଣ ସୁସ୍ଥ ହୋଇସାରିଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାକି ୪୧୯ ଜଣ ଚିକିତ୍ସାଧୀନ ରହିଛନ୍ତି।

Leave a comment