ସାଇକେଲରେ ୧୦୦୦ କିମି ଆସିବା ପରେ କାର ନେଇଗଲା ଜୀବନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଇକେଲରେ ଦିଲ୍ଲୀରୁ ଦୀର୍ଘ ୧ ହଜାର କିମି ବାଟ ନିଜ ଘର ବିହାରର ପୂର୍ବ ଚମ୍ପାରନ ଆସୁଥିବା ଜଣେ ଯୁବ ପ୍ରବାସୀ ଶ୍ରମିକ ଅଧା ବାଟରେ ହିଁ ପ୍ରାଣ
ହରାଇଛନ୍ତି।

ସେ ଦୀର୍ଘ ୫ ଦିନକାଳ ସାଇକେଲ ଚଲାଇ ଦିଲ୍ଲୀରୁ ଲକ୍ଷ୍ନୌରେ ପହଞ୍ଚଥିଲେ। ତେବେ ସେଠାରେ ଖାଇବା ପାଇଁ ଅଟକି ଥିବାବେଳେ କାର୍‌ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଯୁବ ପ୍ରବାସୀ ଶ୍ରମିକଙ୍କ ବୟସ ୨୬ ଓ ତାଙ୍କ ନାଁ ସଗହୀର ଅନସାରୀ।

ସୂଚନାଯୋଗ୍ୟ, ଲକଡାଉନ ଯୋଗୁ କିଛି କାମ ନ ମିଳିବାରୁ ମେ’ ୫ରେ ଅନସାରୀ ଓ ତାଙ୍କର ୭ ଜଣ ସାଙ୍ଗ ସାଇକେଲ ଧରି ଦିଲ୍ଲୀରୁ ବିହାର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଦୀର୍ଘ ୫ ଦିନକାଳ ସାଇକେଲ ଯାତ୍ରାପରେ ସେମାନେ ଲକ୍ଷ୍ନୌରେ ପହଞ୍ଚିଥିଲେ। ଶନିବାର ଦିନ ୧୦ଟା ବେଳେ ଏହି ଶ୍ରମିକମାନେ ଏକ ଡିଭାଡରରେ ବସି ଭାତ ରାନ୍ଧିଥିଲେ ଓ ଖାଇବା ଆରମ୍ଭ କରୁଥିଲେ। ହେଲେ ଏହି ସମୟରେ ଏକ କାର ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହେବା ସହ ଅନସାରୀଙ୍କ ଉପରେ ଚଢ଼ି ଯାଇଥିଲା।

Leave a comment