ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ AIIMSରେ ଭର୍ତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଅସୁସ୍ଥତା ପାଇଁ ଦିଲ୍ଲୀ AIIMSରେ ଭର୍ତ୍ତି ହୋଇଛନ୍ତି । ସେ ବର୍ତ୍ତମାନ୍ କାର୍ଡିଓ ଥୋରାସିକ୍ ବିଭାଗରେ ଚିକିତ୍ସିତ ହେଉଛନ୍ତି ।
ସୂଚନାଯୋଗ୍ୟ, ରବିବାର ସନ୍ଧ୍ୟାରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ୮ଟା ୪୫ରେ ଜରୁରୀ ଚିକିତ୍ସା ନିମନ୍ତେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଏକ ସ୍ୱତନ୍ତ୍ର ତଥା ଅଭିଜ୍ଞ ଡାକ୍ତରୀ ଦଳ ଡକ୍ଟର ସିଂଙ୍କ ଚିକିତ୍ସାରେ ନିୟୋଜିତ ଅଛନ୍ତି।