ଆସନ୍ତା ୧୨ରୁ ନୂଆଦିଲ୍ଲୀରୁ ୧୫ଟି ଷ୍ଟେଟନକୁ ଗଡିବ ଟ୍ରେନ୍

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମେ’ ୧୨ ତାରିଖରୁ ଚାଲିବ ଟ୍ରେନ୍ । ଦିଲ୍ଲୀରୁ ଭୁବନେଶ୍ବର ସମେତ ୧୫ ଷ୍ଟେସନକୁ ଟ୍ରେନ ଚଳାଚଳ ନିମନ୍ତେ କରାଯାଇଛି ପ୍ରସ୍ତୁତି । କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସେହି ଷ୍ଟେସନ ଗୁଡିକ ହେଲା,  ଦିବ୍ରୁଗଡ଼, ଅଗରତାଲା, ହାୱଡ଼ା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ବର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନଇ, ତିରୁବନନ୍ତପୁରମ୍, ମଡ଼ଗାଓଁ, ମୁମ୍ବାଇ ସେଣ୍ଟ୍ରାଲ, ଅହମ୍ମଦାବାଦ, ଜାମ୍ମୁ-ତୱିକୁ ଟ୍ରେନ୍ ଚଳାଚଳ ଆରମ୍ଭ ହେବ ।

ଶ୍ରୀ ଗୋଏଲଙ୍କ ସୂଚନା ଅନୁସାରେ ୧୧ ତାରିଖ ଅପରାହ୍ନ ୪ଟାରୁ ଆଇଆରସିଟିସି ଜରିଆରେ ଯାତ୍ରୀମାନେ ଟିକେଟ୍ ବୁକିଂ କରି ପାରିବେ । ପରବର୍ତ୍ତୀ ପର୍ଯ୍ୟରେ ଅନ୍ୟ ଷ୍ଟେସନ ଗୁଡିକୁ ଟ୍ରେନ୍ ଗଡିବା ନେଇ ଯୋଜନା ଚାଲିଛି।

Leave a comment