ସୁବାଷ ଚୌହାନଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ଏବଂ ସଞ୍ଜୟ ଦାସବର୍ମାଙ୍କ ଶୋକ ବାର୍ତ୍ତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧକ୍ଷ ତଥା ପ୍ରବୀଣ ଜନନେତା ସୁବାଷ ଚୌହାନଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତ୍ୟନ୍ତ ଶୋକ ପ୍ରକାଶ କରିବା ସହ ତାଙ୍କ ଆତ୍ମର ସତଗତି କାମନା କରିଥିଲେ ।
ସେହିପରି ବିଜୁ ଜନତା ଦଳ(ମୁଖ୍ୟାଳୟ) ସାଧାରଣ ସମ୍ପାଦକ, ତଥା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା କହିଛନ୍ତି, “ଆମ ପାଇଁ ଏହା ଏକ ଅପୁରାଣୀୟ କ୍ଷତି। ତାଙ୍କ ବିୟୋଗର ଏହି ଦୁଃଖକୁ ସାହିବା ପାଇଁ ତାଙ୍କ ପରିବାର ବର୍ଗ ଏବଂ ହଜାର ହଜାର ଶୁଭେଛୁଙ୍କୁ ପ୍ରଭୁ ଜଗନ୍ନାଥ ଶକ୍ତି ଏବଂ ଧାର୍ଯ୍ୟ ଦିଅନ୍ତୁ। ତାଙ୍କ ଅମର ଆତ୍ମା ପ୍ରତି ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡିଶା ବିକାଶରେ ତାଙ୍କ ଭୂମିକାକୁ ଆମେ ସବୁବେଳେ ସ୍ମରଣ କରିବୁ”।