ଚିହ୍ନଟ ହେଲେ ୫୮ପଜେଟିଭ, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୩୫୨

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଆଉ ୫୮ଟି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି । ଏଥର ପ୍ରଥମଥର ପାଇଁ ଅନଗୁଳ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୮ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୨୯ଜଣ, ବାଲେଶ୍ୱରରୁ ୧୫ ଜଣ, ଅନଗୁଳରୁ ୧୩ ଓ ମୟୁରଭଞ୍ଜରୁ ଜଣେ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ପୂର୍ବରୁ ରାଜ୍ୟରେ କରୋନା ଜନିତ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏହା ଏବେ ୩ରେ ପହଞ୍ଚିଛି । ଏହି ୩ୟ ମୃତକ ଗଞ୍ଜାମ ଜିଲ୍ଲାର । ସେହିପରି ରାଜ୍ୟର ୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୮୧ ରହିଛି ।

Leave a comment