ମେଡିସିନ ଦୋକାନୀଙ୍କୁ ଆକ୍ରମଣ ଉଦ୍ୟମ ଓ ଗାଳିଗୁଲଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବେନେଶ୍ୱର ବମିଖାଲ କେନାଲରୋଡ ନିଗମାନନ୍ଦନଗରସ୍ଥିତ ମା’ ସନ୍ତୋଷୀ ମେଡିକାଲ ଷ୍ଟୋରର ମାଲିକ ଓ ତାଙ୍କ ଦୋକାନ କର୍ମଚାରୀଙ୍କୁ ଜଣେ ଦୁବୃର୍ତ୍ତ ହଠାତ୍ ଆସି ଗାଳିଗୁଲଜ କରିବା ସହ ଆକ୍ରମଣ ଉଦ୍ୟମ କରିଥିବା ସହିଦ ନଗର ଥାନାରେ ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁସାରେ, ମା’ ସନ୍ତୋଷୀ ମେଡିକାଲ ଷ୍ଟୋରର୍ ମାଲିକ ବିଜୟ କୁମାର ପାଣିଗ୍ରାହୀ(୩୮) ଗତକାଲି ସକାଳେ ଦୁଇଜଣ କର୍ମଚାରୀଙ୍କ ସହ ଇନସୁଲିନ ଆଣିବାପାଇଁ ଦୋକାନରୁ ଯାଉଥିବା ବେଳେ ସ୍ଥାନୀୟ ଯୁବକ ଜିତେନ୍ଦ୍ର ବେହେରା ତାଙ୍କ ଅଟକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏପରିକି ତାଙ୍କୁ ବାରମ୍ବାର ମାଡ଼ ମାରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । କିଛିସମୟ ପରେ ଜଣେ ବ୍ୟକ୍ତି ଆସି ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଗାଳିଗୁଲଜ କରିଥିଲା । କାମ ଥିବାରୁ ଶ୍ରୀ ପାଣିଗ୍ରାହୀ ସହିଦ ନଗର ପଲାଇଆସିଥିଲେ । କିଛି ସମୟପରେ କିଛି ଦୁବୃର୍ତ୍ତ ଦୋକାନର ବୋର୍ଡ ବାଡେଇ ଭାଙ୍ଗିଦେଇଥିବା ତାଙ୍କର ଜଣେ ଷ୍ଟାପ ତାଙ୍କ ଫୋନ୍ କରିଜଣାଇଥିଲେ ବୋଲି ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।