ନୟାଗଡ଼ ଜିଲ୍ଲାରୁ ଜଣେ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୯

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୟାଗଡ଼ ଜିଲ୍ଲାରୁ ଆଜି ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଜଣେ ୪୦ ବର୍ଷିଅ ଯୁବକ। ସେ ନିକଟରେ ସୁରତରୁ ଫେରି କ୍ୱାରେଣ୍ଟାଇନ୍ରେ ଥିଲେ । ନୟାଗଡ଼ କରୋନା ସଂକ୍ରମିତ ଜିଲ୍ଲା ତାଲିକାରେ ସ୍ଥାନ ପାଇବା ପରେ ରାଜ୍ୟରେ ୧୯ଟି ଜିଲ୍ଲା ସଂକ୍ରମିତ ହୋଇଛି। ଏଥିସହ ରାଜ୍ୟର ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ରେ ପହଞ୍ଚିଛି ।
ନୟାଗଡ଼ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଯିବା ପରେ ପୂର୍ବ ଓଡ଼ିଶାର ସମସ୍ତ ଜିଲ୍ଲା କରୋନା ମାନଚିତ୍ରରେ ସାମିଲ ହୋଇପାରିଛି । କାରଣ ପୂର୍ବରୁ ଏହାର ପଡୋଶୀ ଗଂଜାମ, ପୁରୀ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ନୟାଗଡ଼ ଚିହ୍ନଟ ହୋଇଛନ୍ତି । ସେହିଭଳି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରୁ ମଧ୍ୟ କରୋନା ଚିହ୍ନଟ ହୋଇଛନ୍ତି ।
ସେହିଭଳି ଓଡ଼ିଶାର ଦକ୍ଷିଣ ଦିଗରୁ ଉତ୍ତର ଦିଗ ଦେଖିବାକୁ ଗଲେ ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲା ମଧ୍ୟ କରୋନା ମାନଚିତ୍ରରେ ପୂର୍ବରୁ ଯୋଡ଼ି ହୋଇସାରିଛି । ଏହି ମାନଚିତ୍ରରେ ଢ଼େଙ୍କାନାଳ ମଧ୍ୟ ଯୋଡ଼ି ହୋଇ ସାରିଛି ।