ଗଞ୍ଜାମର ସମସ୍ତ ସଙ୍ଗରୋଧ କେନ୍ଦ୍ରରେ ୧୪୪ ଧାରା ଜାରି
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗଞ୍ଜାମ ଜିଲ୍ଲାର ସମସ୍ତ ସଙ୍ଗରୋଧ କେନ୍ଦ୍ରରେ ୧୪୪ ଧାରା ଜାରି କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ପ୍ରାୟ ୨୮୦୦ ସଙ୍ଗରୋଧ କେନ୍ଦ୍ର କରାଯାଇଛି । ସେଥିରୁ ଏପର୍ଯ୍ୟନ୍ତ ୩୮୦ଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଏଥିରେ ୩୫ ହଜାର ଅନ୍ତେବାସୀଙ୍କୁ ରଖାଯାଇଛି । ପ୍ରକାଶ ଥାଉକି, ଜିଲ୍ଲାରେ ଏପର୍ଯ୍ୟନ୍ତ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାରୁ ଆହୁରି କରୋନା ଆକ୍ରାନ୍ତ ଚିହ୍ନଟ ହେବାର ଆଶଙ୍କା ଦେଖାଯାଇଛି ।
ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ବିଗତ ଦିନରେ ବିଶୃଙ୍ଖଳା ଦେଖାଯାଇଥିଲା । କିଛି ସଙ୍ଗରୋଧ କେନ୍ଦ୍ରରୁ ଅନ୍ତେବାସୀମାନେ ବିଭିନ୍ନ ସମସ୍ୟାର ଆଳ ଦେଖାଇ ଫେରାର ହୋଇଯାଇଥିଲେ ।