ପୁଣି ୨୫ କରୋନା ପଜିଟିଭ ଚିହ୍ନଟ, ଗୋଟିଏ ଦିନରେ ୫୨ ଜଣ , ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧ରେ ପହଞ୍ଚିଲା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟବାସୀଙ୍କୁ ଡରାଇଲାଣି କରୋନା । କିଛିଦିନ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ଥିବାବେଳେ ପ୍ରବାସୀ ଓଡ଼ିଆଙ୍କ ଆଗମନରେ ଏହା ଦ୍ରୁତ ଗତିରେ ବଢି ଚାଲିଛି । ଏହାକୁ ଦେଖି ରାଜ୍ୟବାସୀଙ୍କ ମନରେ ଛନକା ପଶିଲାଣି । ଆଜି ସକାଳେ ୨୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନରେ ୨୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନୂଆ ପଜେଟିଭ ମିଶାଇ ରାଜ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୭୧ରେ ପହଞ୍ଚିଛି ।
ଏହି ୨୫ ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୨୪ଜଣ ଓ ଭୁବନେଶ୍ୱରର ଜଣେ ଚିହ୍ନଟ ହୋଇଛନ୍ତି । ତେବେ ଗଞ୍ଜାମ ଏବେ ସବୁ ଜିଲ୍ଲାକୁ ଟପି ୭୧ରେ ପହଞ୍ଚିଛି । ଭୁବନେଶ୍ୱରରେ ଆକ୍ତାନ୍ତଙ୍କ ସଂଖ୍ୟା ୫୧ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୩୨ ଜଣ ସୁସ୍ଥ ହୋଇଛନ୍ତି । ଗଂଜାମ ଫେରନ୍ତା ସବୁ ସୁରତ ଫେରନ୍ତା ବୋଲି ସୂଚନା ରହିଛି । ଆଜି ଗୋଟିଏ ଦିନରେ ମୋଟ ୫୨ ଜଣ ଚିହ୍ନଟ ହୋଇଛନ୍ତି । ଏଥିରୁ କେବଳ ୪୩ ଜଣ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ତେବେ ୬୩ ଜଣ ସୁସ୍ଥ ହୋଇଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦୬ ଜଣ ଚିକିତ୍ସିତ ହେଉଛନ୍ତି ।