ରେଳଧାରଣାରେ ଶୋଇଥିଲେ ପ୍ରବାସୀ ଶ୍ରମିକ, ଚଢ଼ିଗଲା ଟ୍ରେନ, ୧୫ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମହାରାଷ୍ଟ୍ରର ଔରଙ୍ଗାବାଦରେ ଆଜି ସକାଳେ ଏକ ଦୃଦୟ ବିଦାରକ ଘଟଣା ଘଟିଛି । ରେଳ ଧାରଣା ଉପରେ ଶୋଇଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ମାଲବାହୀ ଟ୍ରେନ୍ ଚଢିଯିବା ଫଳରେ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ, ଶୁକ୍ରବାର ଭୋର ସମୟରେ ମହାରାଷ୍ଟ୍ରର ଔରଙ୍ଗାବାଦ-ଜଲନା ରେଳଧାରଣା ଉପରେ ଏହି ଅଭାବନୀୟ ଘଟଣା ଘଟିଛି। ଲକ୍ଡାଉନ ଯୋଗୁ ଛତିଶଗଡର ଶ୍ରମିକ ଘରକୁ ଆସିବା ପାଇଁ କୌଣସି ପରିବହନ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ରେଳ ଧାରଣା ଉପରେ ଚାଲି ଚାଲି ଛିତିଶଗଡ ଫେରୁଥିଲେ। ଥକିପଡିବା ଫଳରେ ସେମାନେ ରେଳଧାରଣା ଉପରେ ଶୋଇ ପଡିଥିଲେ। ପ୍ରବାସୀ ଶ୍ରମିକମାନେ ଫ୍ଲାଇଓଭର୍ ପାଖରେ ଥିବା ଔରଙ୍ଗାବାଦ-ଜଲ୍ନା ରେଳ ଧାରଣା ଉପରେ ଶୋଇଥିବାବେଳେ ଗୋଟାଏ ମାଲ୍ବାହୀ ଟ୍ରେନ୍ ସେମାନଙ୍କ ଉପରେ ଚଢ଼ିଯାଇଥିଲା ।
ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଆରପିଏଫ ଏବଂ ସ୍ଥାନୀୟ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି ମୃତଦେହକୁ ଉଦ୍ଧାର କରିବା ସହ ୪ ଜଣ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି ।