ଦୋକାନ ଭିତରେ ନାଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ମୟୁରଭଞ୍ଜ ଜିଲ୍ଲାର ଉଦଳା ଥାନା ର ରାଢ଼ୋ ଗାଁର ଏକ ଦୋକାନ ଭିତରୁ ୧୧ ଟି ନାଗସାପ ଛୁଆଙ୍କୁ ଉଦ୍ଧାର କରାଯାଇଛି। କୃପାସିନ୍ଧୁ  ରାଉତଙ୍କ ଦୋକାନ ଘର କାମ ଚାଲିଥିବାବେଳେ ଦୋକାନ ଘରେ ଏକ ଗାତ ତାଙ୍କ ନଜର କୁ ଆସିଥିଲା। ଯେଉଁଥିରେ ସେ ସାପ ଛୁଆଙ୍କୁ ଦେଖିବାକୁ ପାଇଥିଲେ। ଏହି ଖବର  ପ୍ରଚାର ହେବ।ମାତ୍ରେ କୃପାସିନ୍ଧୁଙ୍କ ଦୋକାନ ଆଗରେ ଲୋକଙ୍କ ଭିଡ଼ ଜମିଯାଇଥିଲା। କୃପାସିନ୍ଧୁ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ କୁ ଖବର ଦେବାପରେ ସେମାନେ ଆସି ଗାତ ଭିତରୁ ୧୧ଟି ସାପ ଛୁଆ ବାହାର କରିଥିଲେ। ଏହିଖବର କୁ ନେଇ ଗାଁ ଲୋକେ ଆତଙ୍କିତ ଥିବା ଜଣାପଡିଛି।

Leave a comment