ମହତ୍ତ୍ୱ ଫାଉଣ୍ଡେସନ ପକ୍ଷରୁ ମହତ କାର୍ଯ୍ୟ

ଲକ ଡାଉନ ଦିନଠାରୁ ଅସହାୟଙ୍କୁ ଦେଉଛନ୍ତି ରନ୍ଧା ଖାଦ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ବିଶ୍ୱ ଏବେ ମହାମାରୀ କରୋନା ବିରୋଧରେ ଲଢେ଼ଇ କରୁଛି । ଏହି ମହାମାରୀର ସଂକ୍ରମଣ ରୋକିବାକୁ ସମଗ୍ର ଭାରତ ବର୍ଷରେ ଲକ ଡାଉନ କରାଯାଇଛି । ଏହି ଲକ ଡାଉନ ପାଇଁ ଆମ ରାଜ୍ୟରେ ଥିବା ଖଟିଖିଆ ଓ ଦିନମଜୁରିଆଙ୍କ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ଗରିବ ଅସହାୟ ଲୋକଙ୍କ କଷ୍ଟକୁ ଦୁର କରିବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ମାତ୍ର ଏହି କରୋନା ବିରୋଧୀ ଲଢେଇରେ କିଛି ସ୍ୱେଚ୍ଛାସେବୀମାନଙ୍କର ଏକ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଗରିବ ଲୋକମାନଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ବହୁ ସମାଜସେବୀ ଓ ସ୍ୱେଚ୍ଛାସେବୀମାନେ ଆଗେଇ ଆସିଛନ୍ତି ।

ଏହି ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ମହତ୍ତ୍ୱ ଫାଉଣ୍ଡେସନ ଅନ୍ୟତମ । ଏହାର ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ । କାରଣ ରାଜ୍ୟରେ ଲକ ଡାଉନ ଆରମ୍ଭ ହେବା ଦିନ ଠାରୁ ଏହି ଫାଉଣ୍ଡେସନ ନିରନ୍ତର ଭାବେ ଗରିବ ଓ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଆସୁଛି । ରାଜଧାନୀର କୌଣସି ଗୋଟିଏ ସ୍ଥାନରେ ନୁହେଁ ବରଂ ଅନେକ ସ୍ଥାନ ବୁଲି ସେମାନେ ଖାଦ୍ୟ ବିତରଣ କରୁଛନ୍ତି । ଏହି ମହତ କାର୍ଯ୍ୟରେ ଅଜିତ ବେହେରା, ଶିବବ୍ରତ ନାୟକ, ସତ୍ୟବ୍ରତ ହରିଚନ୍ଦନ ଓ ଅନ୍ୟ କିଛି ଯୁବକ ପ୍ରମୁଖ ଭୂମିକା ତୁଲାଇ ଆସୁଛନ୍ତି ।

Leave a comment