ଅମରେଶ ଜେନାଙ୍କ ସହଯୋଗରେ ୪୦୦ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇଲା ଆଧ୍ୟାତ୍ମିକ ବିଦ୍ୟାପୀଠ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କୁ ରୋକିବା ପାଇଁ ସରକାର ଲକ ଡାଉନ ଘୋଷଣା କରିଛନ୍ତି । ଏହି ଲକ ଡାଉନ ଫଳରେ ରାଜଧାନୀରେ ଥିବା ସମସ୍ତ ଦିନ ମଜୁରିଆ ଶ୍ରେଣୀର ଲୋକ ନିଜ ରୋଜଗାର ହରାଇ ବସିଛନ୍ତି । ତେଣୁ ତାଙ୍କ ପରିବାର ଲୋକଙ୍କ ଅବସ୍ଥା କହିଲେ ନସରେ । ଏହି ଲକ ଡାଉନରେ ଯେପରି ଜଣେବି ବ୍ୟକ୍ତି ଭୋକିଲା ନରହି ଯାଏ ଏନେଇ ଅନେକ ସଂସ୍ଥା ଆଗେଇ ଆସିବା ସହ ଏହି ଭୋକିଲା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି । ସେହି ସଂସ୍ଥାମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ବିଦ୍ୟାପୀଠ ଅନ୍ୟତମ ।

ଏହି ସଂସ୍ଥାର ଏଚ ଏଚ ସ୍ୱାମୀ ଦିବ୍ୟାନନ୍ଦ ଜି ମହାରାଜଙ୍କ ନିର୍ଦ୍ଦେଶ କ୍ରମେ ଓ ପୂର୍ବତନ କର୍ପୋରେଟର ଅମରେଶ ଜେନା(ବାଇଁଆ)ଙ୍କ ସହଯୋଗରେ ୪୫ ନମ୍ବର ୱାର୍ଡର ୪୦୦ ଲୋକଙ୍କୁ ଆଜି ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକ ଖୁଵ ଖୁସି ବ୍ୟକ୍ତ କରିଛନ୍ତି ।