କରୋନା ଭୟରେ ମୃତଦେହ ଛୁଇଁଲେନି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଭୟରେ ମୃତଦେହ ଛୁଇଁଲେନି ଗ୍ରାମବାସୀ । ଏଭଳି ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି। ଶେଷରେ ମାଜିଷ୍ଟ୍ରେଟ, ପୁଲିସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ ପୋଷ୍ଟମର୍ଟମ ପାଇଁ ଗଲା ମୃତଦେହ।

ସୂଚନାଯୋଗ୍ୟ, ମୃତ ବ୍ୟକ୍ତି ଜଣକ ବାହାର ରାଜ୍ୟରୁ ଫେରି କ୍ୱାରେଣ୍ଟାଇନ୍‌ରେ ଥିଲେ। ଆଜି ତାଙ୍କର କୌଣସି କାରଣରୁ ମୃତ୍ୟୁ ହିଇଥିଲା। ପ୍ରକାଶ ଯେ, ମାର୍ଚ୍ଚ ୯ ତାରିଖରେ ବାଙ୍ଗାଲୁରୁରୁ ବଳଭଦ୍ରପୁର ଗାଁକୁ ଫେରିଥିଲେ ରଂଜନ ପ୍ରଧାନ। ବାହାର ରାଜ୍ୟରୁ ଫେରିଥିବାରୁ ଲକ୍‌ଡାଉନ୍‌ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ୧୧ ତାରିଖରୁ ସେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ।

କ୍ୱାରେଣ୍ଟାଇନ୍‌ ଅବଧି ସରିବା ପରେ ଘରେ ରହିଥିଲେ। ତେବେ ଗତ ରବିବାର ଅପରାହ୍ନ ୫ଟା ବେଳେ ସେ ଗାଁରେ ବସିଥିଲେ। ଏହି ସମୟରେ ତାଙ୍କ ମୁଣ୍ଡ ବୁଲାଇବା ସହିତ ବାନ୍ତି କରିଥିଲେ। ସେହି ରାତିରେ ତାଙ୍କ ଛାତି ଯନ୍ତ୍ରଣା ହେବାରୁ ପରିବାର ଲୋକ ଡାକ୍ତରଖାନା ନେବା ପୂର୍ବରୁ ମୃତ୍ୟୁ ଘଟିଥିଲା। ସେ କ୍ୱାରେଣ୍ଟାଇନ୍‌ରେ ଥିବାରୁ ‘କରୋନା’ ହୋଇଥିବା ସନ୍ଦେହ କରି ଗାଁ ଲୋକେ ଶବ ସଂସ୍କାର କରିବାକୁ ଅମଙ୍ଗ ହୋଇଥିଲେ।

ଆଜି ଚମ୍ପୁଆ ଆଇଆଇସି ମନୋରଂଜନ ପ୍ରଧାନ, ଝୁମ୍ପୁରା ତହସିଲଦାର ପ୍ରତିଭା ପୃଷ୍ଟି, ଝୁମ୍ପୁରା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଶୋକ ବେହେରା, କ୍ଷିରୋଦ ମହାନ୍ତ, ବେଦପ୍ରକାଶ ନାଏକ ସମେତ ନୋଡାଲ ଅଫିସର ଜୀବନ କୁମାର ବେହେରା, ଶୁଶିଲ କୁମାର ନାଏକ ଓ ସ୍ୱାସ୍ଥ୍ୟ କର୍ମୀମାନେ ଘଟଣା ଗାଁରେ ପହଞ୍ଚି ବୁଝାସୁଝା କରିଥିଲେ।

Leave a comment