ଅପରାହ୍ନରେ ଚିହ୍ନଟ ହୋଇଥିବା ୬କରୋନା ଆକ୍ରାନ୍ତଙ୍କ ବିବରଣୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଜି ଅପରାହ୍ନରେ ଚିହ୍ନଟ ହୋଇଥିବା ୬କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣକ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଅଞ୍ଚଳ ।
ଯାଜପୁର ଜିଲ୍ଲାପାଳ ରଞ୍ଜନ ଦାସଙ୍କ ସୂଚନା ଅନୁଯାୟୀ, ଏହି ୫ଜଣଙ୍କ ମଧ୍ୟରୁ ଯାଜପୁର ବ୍ଲକର ୩ ଜଣ ହୋଇଥିବା ବେଳେ କୋରେଇ ଓ ଦଶରଥପୁର ବ୍ଲକର ଜଣେ ଲେଖାଏଁ ଅଛନ୍ତି । ସେମାନେ କୋଲକାତାରୁ ବଡ଼ବଜାର ଓ ହାଓଡ଼ା ଅଞ୍ଚଳର ବିଭିନ୍ନ ସଂସ୍ଥାରେ କାମ କରୁଥିଲେ । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣଙ୍କୁ ବୟସ ୨୮ ଓ ୩୨ ବର୍ଷ ହୋଇଥିବାବେଳେ ଅନ୍ୟ ୩ଜଣଙ୍କ ବୟସ ୫୦ବର୍ଷରୁ ଉର୍ଦ୍ଧ ବୋଲି ଜିଲ୍ଲାପାଳ କହିଛନ୍ତି।
ସେହିପରି ସେମାନଙ୍କ ପରିବାରର ସଦସ୍ୟ ମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯିବା ସହ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ତଦନ୍ତ ଚାଲିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।