ଆଉ ୪ କରୋନା ପଜିଟିଭଙ୍କ ସହ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୬୦
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଉ ୪ କରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୬୦ରେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୱେବସାଇଟ ମାଧ୍ୟମରେ ସୂଚନା ଦିଆଯାଇଛି । ୪ଜଣ ନୂଆ କରୋନା ଆକ୍ରାନ୍ତ ଭୁବନେଶ୍ୱରୁ ଚିହ୍ନଟ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ବମିଖାଲ ଅଞ୍ଚଳର ୩ଜଣ ଓ ଝାରପଡା ଅଞ୍ଚଳର ଜଣେ ଆକ୍ରାନ୍ତ ଅଛନ୍ତି । ଝାରପଡାର ଆକ୍ରାନ୍ତ ଜଣକ ୫୦ ବର୍ଷୀୟ ପୁରୁଷ ଥିବା ବେଳେ ବମିଖାଲ ଅଞ୍ଚଳର ଦୁଇଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଏହାସହ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ଆଜି ସକାଳେ ଯାଜପୁର ଅଂଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ସେହିପରି ୧୮ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣଙ୍କର ମୃତ୍ୟୁ ଘଟିଛି । ଏବେ ୪୧ ଜଣ ଆକ୍ରାନ୍ତ ବିଭିନ୍ନ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି ।