ଗୋଟିଏ ମିଟର ଦୂରରେ ଛିଡ଼ା ହେବାକୁ ଗ୍ରାହକମାନଙ୍କୁ ଦୋକାନୀ ଶିଖାଉଛନ୍ତି ସାମାଜିକ ଦୂରତା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ମଧ୍ୟରାତ୍ରୀରୁ ସମଗ୍ର ଦେଶରେ ଲକଡାଉନ୍ ଘୋଷଣା ହେବା ଲୋକମାନେ ଦୋକାନରେ ଗହଳି ଲଗାଇଛନ୍ତି । ଗହଳି ନିୟନ୍ତ୍ରଣ କରିବାକୁ କେତେକ ଦୋକାନୀ ଗ୍ରାହକମାନଙ୍କୁ ପରସ୍ପରଠାରୁ ଦୂରେଇ ଠିଆହେବା, ମାସ୍କ୍ ପିନ୍ଧି ଧାଡ଼ି ବାନ୍ଧିବା ଏବଂ ସାନିଟାଇଜର୍ ବ୍ୟବହାର କରିବା କଥା କହୁଛନ୍ତି ।

ଗ୍ରାହକମାନଙ୍କୁ ପରସ୍ପରଠାରୁ ଗୋଟିଏ ମିଟର ଦୂରତାରେ ଠିଆ କରିବାକୁ ଦୋକାନ ସାମ୍ନାରେ ସ୍ଥାନ ମଧ୍ୟ ନିରୂପଣ କରାଯାଇଛି । ତେଜରାତି ଏବଂ ଅନ୍ୟ ଦୋକାନ ଆଗରେ ଗୁଜରାଟ ପ୍ରଶାସନ ଗ୍ରାହକମାନଙ୍କ ଲାଗି ତଳେ ମୁଣ୍ଡୁଳା ବୁଲାଇ ସ୍ଥାନ ନିରୂପଣ କରିଛି । ଗ୍ରାହକମାନଙ୍କ ମଧ୍ୟରେ ବ୍ୟବଧାନ ଏବଂ ପରିଚ୍ଛନ୍ନତା ସକାଶ ପୁଣେର ତେଜରାତି ଦୋକାନଗୁଡ଼ିକରେ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ପୁଣେରେ ଦୋକାନୀମାନେ ଦୋକାନର କାଚ ପାନେଲଗୁଡ଼ିକରେ ସାବୁନପାଣି ସ୍ପ୍ରେ କରୁଛନ୍ତି । ଦୋକାନକୁ ଆସିଥିବା ଗ୍ରାହକମାନଙ୍କୁ ସାନିଟାଇଜର୍ ଦେଉଛନ୍ତି । ସେମାନଙ୍କୁ ମାସ୍କ ପିନ୍ଧିବାକୁ ନିବେଦନ କରୁଛନ୍ତି ।

Leave a comment