ମାଗଣା ବଂଟା ହେଲା କୁକୁଡ଼ା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶେଷରେ ମାଗଣା ବଣ୍ଟନ ହେଲା କୁକୁଡ଼ା। ଟ୍ରାକ୍ଟରରେ ବୋହି ଆଣିଲେ କୁକୁଡ଼ା। ଆଉ ଗାଁ ଗାଁ ବୁଲି ଲୋକଙ୍କୁ ମାଗଣାରେ ବାଣ୍ଟିଲେ ଫାର୍ମ ମାଲିକ। କରୋନା ଯୋଗୁ କୁକୁଡ଼ା ପ୍ରତି ବିମୁଖ ହୋଇ ମୁହଁ ଫେରାଇ ନେଇଥିବା ଲୋକେ ମଧ୍ୟ ଖୁସିରେ ଖୁସିରେ ଏହାକୁ ଘରକୁ ନେଇଗଲେ। ଏପରି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ। ସ୍ଥାନୀୟ ଦୁର୍ଗାପୁର ଅଞ୍ଚଳର କିଛି କୁକୁଡ଼ା ଫାର୍ମ ମାଲିକ ଆଜି ଟ୍ରାକ୍ଟରରେ କୁକୁଡ଼ା ଆଣି ଲୋକଙ୍କୁ ମାଗଣାରେ ଦେଇଛନ୍ତି।
ସୂଚନାଯୋଗ୍ୟ, କରୋନା ବ୍ୟାପିବା ପରେ ଲୋକେ କୁକୁଡ଼ା କିଣିବାକୁ ଆଉ ଆଗ୍ରହ ପ୍ରକାଶ କରି ନ ଥିଲେ। ଏଥିଯୋଗୁ ଫାର୍ମ ମାଲିକ ବହୁ କ୍ଷତି ସହିଥିଲେ। ତେଣୁ କୁକୁଡ଼ା ପାଳିବା ଏବଂ ଫାର୍ମ ଚଲାଇବାରେ ସମସ୍ୟା ହେବାରୁ ବାଧ୍ୟ ହୋଇ ସେମାନେ ମାଗଣା କୁକୁଡ଼ା ବାଣ୍ଟିଦେଉଥିବା ଜଣାପଡ଼ିଛି।