ଧରା ପଡିଲା ନକଲି ପରୀକ୍ଷାର୍ଥୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପୁଣି ଧରା ପଡିଲା ଜଣେ ନକଲି ପରୀକ୍ଷାର୍ଥୀ । ସେ ଇଂରାଜୀ ରେ ଜଣେ ଛାତ୍ର ଙ୍କ ପାଇଁ ପରୀକ୍ଷା ଦେଉଥିଲା। ମ୍ୟାଟ୍ରିକ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଶିକ୍ଷା ବିଭାଗ ବ୍ୟାପକ ପ୍ରସ୍ତୁତି କରିଛି। ଏହା ସତ୍ତ୍ୱେ ଆଜି ଜଣେ ନକଲି ପରୀକ୍ଷାର୍ଥୀ ଇଂରାଜୀ ପରୀକ୍ଷା ଦେଉଥିଲା। ପୁରୀ ସଦର ଥାନା ପୁଲିସ ସମ୍ପୃକ୍ତ ନକଲି ପରୀକ୍ଷାର୍ଥୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେ ଅନ୍ୟ ଜଣେ ଛାତ୍ର ପାଇଁ ପରୀକ୍ଷା ଦେଉଥିବା ଜଣାପଡ଼ିଛି।