ଝଲସୁଛି ଏକାମ୍ରକ୍ଷେତ୍ର ଲିଙ୍ଗରାଜ ମନ୍ଦିର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହା ଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ରକ୍ଷେତ୍ରର ସାଜସଜ୍ଜା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି । ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ଏହାର ଆଖପାଖର ସୌନ୍ଦର୍ଯ୍ୟକରଣ ଭକ୍ତମାନଙ୍କୁ ବାନ୍ଧି ରଖିଥିଲା।

ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଶୃଙ୍ଖଳାର ସହ ସମାପନ ହୋଇଥିଲା । ନିର୍ଦ୍ଧାରିତ ସମୟର ୧୫ ମିନିଟ୍ ପୂର୍ବରୁ ରାତି ଠିକ୍ ୯.୪୫ରେ ଉଠିଥିଲା ମହାଦୀପ ।

ରଙ୍ଗିନ୍ ଆଲୋକମାଳାରେ ଝଲସିଥିଲା ଶ୍ରୀଲିଙ୍ଗରାଜ ମନ୍ଦିର ଓ ଆଖପାଖ ଅଞ୍ଚଳ। ମନ୍ଦିର ଚାରିପଟ ଅଞ୍ଚଳକୁ ଜବରଦଖଲ ମୁକ୍ତ କରାଯାଇଥିବାରୁ ଶ୍ରଦ୍ଧାଳୁମାନେ ଆରାମରେ ଚଳପ୍ରଚଳ ହେବା ସହ ଠାକୁରଙ୍କ ଦର୍ଶନ କରିଥିଲେ ।

Leave a comment