ଉମର ଆକମଲକୁ ସସପେଣ୍ଡ କଲା ପାକିସ୍ତାନ ବୋର୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁର୍ନୀତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)। ଗୁରୁବାର ପିକିସ୍ତାନ ଖେଳାଳି ଉମର ଆକମଲକୁ କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ବାସନ୍ଦ କରିଛି। ଦୁର୍ନୀତି ବିରୋଧୀ କୋଡ୍‌ ଅନୁଚ୍ଛେଦ ଅନୁସାରେ ଅକମଲ୍‌ଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମାମଲାର ଯାଞ୍ଚ ଚାଲିଥିବାରୁ ଏ ସମ୍ପର୍କରେ ପିସିବି ପକ୍ଷରୁ ଅଧିକ ସୂଚନା ଦିଆଯାଇ ନାହିଁ।

ଅନ୍ୟପଟେ ପାକିସ୍ତାନର ଟି-୨୦ ଲିଗ୍‌ ପାକିସ୍ତାନ ସୁପର ଲିଗ୍‌(ପିଏସଏଲ)ର କ୍ଵେଟା ଗ୍ଲାଡିଏଟର୍ସ ଟିମ୍‌କୁ ଅକ୍‌ମଲଙ୍କ ବଦଳରେ ନୂଆ ଖେଳାଳି ଅନ୍ତର୍ଭୁକ୍ତ କରିବାକୁ ପିସିବି ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଅକ୍‌ମଲ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ପକ୍ଷରୁ ୨୦୦ରୁ ଅଧିକ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୫ ହଜାରରୁ ଊର୍ଦ୍ଧ୍ଵ ରନ୍‌ କରିଛନ୍ତି।

Leave a comment