ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ମୁହଁ ଖୋଲନ୍ତୁ ମୁଖ୍ୟମନ୍ତ୍ରୀ-ଧର୍ମେନ୍ଦ୍ର

ଓଡିଶା ଫାଷ୍ଟ(ବ୍ୟୁରୋ):ବଢ଼ିବାରେ ଲାଗିଛି ରତ୍ନ ଭଣ୍ଡାର ଚାବି ବିବାଦ। ରାଜନୈତିକ ମହଲ ଏବେ ଚାବି ହଜିବା ଘଟଣା କୁ ନେଇ ସରଗରମ ଅଛି। ଆଜି ଏପ୍ରସଙ୍ଗ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସିଧାସଳଖ ମୁଖ୍ୟମନ୍ତ୍ରୀ ଙ୍କୁ ଟାର୍ଗେଟ କରିଛନ୍ତି ।
ରତ୍ନ ଭଣ୍ଡାର ଚାବି ହଜିବା ଘଟଣାକୁ ଇତିମଧ୍ୟରେ ୨ମାସ ବିତିଛି। କିନ୍ତୁ କମିଶନ ତଦନ୍ତ ନାଁରେ ଭକ୍ତଙ୍କ ଭାବାବେଗ ସହ ଖେଳ ଯାଉଛି। ସବୁ କଥାରେ ଆଇନ ତା ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ କହୁଥିବା ବେଳେ ଏ କଥାରେ ଚୁପ କାହିଁକି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି। ଚାବି ହଜିବା ଘଟଣା ଯଦି ସତ ହୋଇଥାଏ ତେବେ ଏହା ଖୁବ ସାଙ୍ଘାତିକ। ଯେହେତୁ ମୁଖ୍ୟମନ୍ତ୍ରୀ ଦାୟିତ୍ଵରେ ଅଛନ୍ତି , ସେ ଏ ନେଇ ଉତ୍ତର ରଖନ୍ତୁ ବୋଲି ଗୁରୁବାର ଏକ ପ୍ରେସମିଟରେ ଧର୍ମେନ୍ଦ୍ର କହିଛନ୍ତି।